29.1 C
Bhubaneswar
Saturday, October 5, 2024
Homeଓଡିଶାରଥାରୁଢ ହେଲେ ବଡ ଠାକୁର

ରଥାରୁଢ ହେଲେ ବଡ ଠାକୁର

ପୁରୀ : ଧାଡି ପହଣ୍ଡିରେ ଆସି ରଥାରୁଢ ହେଲେ ବଡ ଠାକୁର ବଳଭଦ୍ର । ମୁଣ୍ଡରେ ଚାହିଆ ଓ ମଥାରେ ଟାହିଆ ଲଗାଇ ଝୁଲି ଝୁଲି ଆସି ରଥରେ ବସିଲେ ବଳଭଦ୍ର । ପ୍ରଥମେ ଶ୍ରୀସୁଦର୍ଶନ ରଥାରୁଢ ହୋଇଥିଲେ । ଏହାପରେ ବଳଭଦ୍ରଙ୍କ ପଣ୍ଡି ଆରମ୍ଭ ହୋଇଥଲା । ଏହାପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଛି । ଶେଷରେ କାଳିଆ ଠାକୁର ପହଣ୍ଡିରେ ଆସି ରଥରେ ବସିବେ ।
ଆଜି ଆଷାଢ ଶୁକ୍ଲପକ୍ଷ ଦ୍ବିତୀୟା ତିଥି ବା ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ଧୀରେ ଧୀରେ ବଡଦାଣ୍ଡରେ ବଢୁଛି ଭକ୍ତଙ୍କ ଗହଳି । ସେ ଦିବ୍ୟ ମୁହୁର୍ତ୍ତକୁ ଦେଖିବାକୁ ଅପେକ୍ଷା କରିଛନ୍ତି ଭକତ୍ । ଦେଶ ବିଦେଶରୁ ପୁରୀକୁ ଛୁଟିଛି ଭକ୍ତଙ୍କ ସୁଅ । ଚଳିତ ବର୍ଷ ବିରଳ ରଥଯାତ୍ରା ଦେଖିବେ ଭକ୍ତ । ଗୋଟିଏ ଦିନରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା । ଏହି ଦିବ୍ୟମହୁର୍ତ୍ତରେ ସାଖି ରହିବାକୁ ବଡଦାଣ୍ଡରରେ ଭକ୍ତଙ୍କ ଗହଳି । ଭଜକ କିର୍ତ୍ତନ କାହାଳିରେ କମ୍ପୁଛି ବଡଦାଣ୍ଡ । ବର୍ଷକୁ ଥରେ ଏହି ଦିନକୁ ଅପେକ୍ଷା କରିଥାନ୍ତି ଭକ୍ତ ଓ ଭଗବାନ । ରତ୍ନବେଦୀ ଛାଡି ଜନ୍ମବେଦିକୁ ନବଦିନାତ୍ମକ ଯାତ୍ରାରେ ଯିବେ ଚତୁର୍ଦ୍ଧାମୁରତି । ବଡଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମହାମିଳନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking