31.1 C
Bhubaneswar
Wednesday, October 23, 2024
Homeଦୀପାବଳି / କାଳୀପୂଜା - ୨୦୨୪ ଷ୍ଟକ ମାର୍କେଟର ମୂହୁରତ କାରବାର କ'ଣ

 ଷ୍ଟକ ମାର୍କେଟର ମୂହୁରତ କାରବାର କ’ଣ

ଭୁବନେଶ୍ୱର: ଦୀପାବଳୀକୁ ନେଇ ଉତ୍ସବ ମୁଖର ସାରା ସହର, ବଜାର। ପ୍ରତିବର୍ଷ ଦିୱାଲୀରେ ଷ୍ଟକ ମାର୍କେଟ ବନ୍ଦ ରହିଥାଏ ।  କିନ୍ତୁ ସନ୍ଧ୍ୟାରେ  ବଜାର କିଛି ଘଣ୍ଟା ପାଇଁ  ଖୋଲା ଯାଇଥାଏ । ସେନ୍ସେକ୍ସ ଏବଂ ନିଫ୍ଟି ଏକ ଘଣ୍ଟା ପାଇଁ ସ୍ୱତନ୍ତ୍ର ଭାବେ  ଖୋଲାଯାଇଛି ।  ଦିୱାଲୀ ଛୁଟି ଦିନ ହୋଇଥିଲେ ମଧ୍ୟ  ସ୍ୱତନ୍ତ୍ର ବଜାର ସନ୍ଧ୍ୟାରେ  ମାତ୍ର ଏକ ଘଣ୍ଟା ପାଇଁ ଖୋଲାଯାଏ ।  ଏହି ସ୍ୱତନ୍ତ୍ର ବାଣିଜ୍ୟ ଅଧିବେଶନକୁ ମୁହୁରତ ବାଣିଜ୍ୟ କୁହାଯାଏ ।  ଦୀପାବଳୀ ଅବସରରେ ଭାରତୀୟ ଷ୍ଟକ ମାର୍କେଟରେ ମୂହୁର୍ତ୍ତ କାରବାରର ଏକ ପରମ୍ପରା ରହିଛି ।  ଦୀପାବଳୀ ଦିନ ବିଶେଷ କରି ସନ୍ଧାରେ  ଏକ ଘଣ୍ଟା ପାଇଁ  ବାଣିଜ୍ୟ ପାଇଁ ବଜାର  ଖୋଲାଯାଇଥାଏ । ଯାହାକୁ  ମୂହୁର୍ତ୍ତ ବାଣିଜ୍ୟ କୁହାଯାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ନୂତନ ସମ୍ବତ ୨୦୮୧ ର  ଆରମ୍ଭକୁ ଚିହ୍ନିବା ପାଇଁ  ମୂହୁର୍ତ୍ତ ପାଳନ କରାଯାଏ ।  ଏହା ଏକ ଶୁଭ ସମୟ  ଭାବରେ ବିବେଚନା କରାଯାଏ ।  ନିବେଶ ଆରମ୍ଭ ପାଇଁ  ଷ୍ଟକ ମାର୍କେଟ ର  ନିବେଶକମାନେ  ଏହି ଦିନକୁ ଅତ୍ୟନ୍ତ ସ୍ୱତନ୍ତ୍ର  ମନେ କରନ୍ତି ।  ବିଶ୍ୱାସ କରାଯାଏ ଯେ  ମୂହୁରତ କାରବାର ସମୟରେ  ଅନେକ ଲୋକ  ସେମାନଙ୍କର  ନିବେଶ ଆରମ୍ଭ କରନ୍ତି ।  ଲୋକମାନେ ଏହି ସମୟରେ ଅଂଶଧନ  କିଣିବା ଶୁଭ ବୋଲି  ବିବେଚନା କରନ୍ତି । ଲୋକମାନେ  ବିଶ୍ୱାସ କରନ୍ତି ଯେ  ଏହି ଶୁଭ ଅବସରରେ  ବାଣିଜ୍ୟ କରୁଥିବା  ବ୍ୟକ୍ତିମାନେ ବର୍ଷସାରା  ଟଙ୍କା ରୋଜଗାର ଏବଂ ସମୃଦ୍ଧତା ହାସଲ କରିବାର ଏକ ଉତ୍ତମ ସୁଯୋଗ ପାଇଥାନ୍ତି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking