20.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶରାମ ତୁଳସୀ ଓ କୃଷ୍ଣା ତୁଳସୀରେ କଣ ରହିଛି ଅନ୍ତର?

ରାମ ତୁଳସୀ ଓ କୃଷ୍ଣା ତୁଳସୀରେ କଣ ରହିଛି ଅନ୍ତର?

ନୂଆଦିଲ୍ଲୀ : ଔଷଧୀୟ ଗୁଣରେ ଭରପୂର ତୁଳସୀ କେବଳ ଆୟୁର୍ବେଦିକ ନୁହେଁ ଆଧ୍ୟାତ୍ମିକ ରୂପରେ ମଧ୍ୟ ମହତ୍ବ ରହିଛି । ସନାତନ ଧର୍ମରେ ଏହାର ସ୍ଥାନ ଠାକୁରଙ୍କ ପାଖରେ ରହିଛି । ଆପଣ ଦେଖିଥିବେ ହିନ୍ଦୁ ଧର୍ମରେ ପ୍ରତି ଘରେ ତୁଳସୀ ଗଛକୁ ରଖି ପୂଜା କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ଏହି ଗଛରେ ମା ଲକ୍ଷ୍ମୀ ପୂଜା ପାଇଥାନ୍ତି । ସବୁଦିନ ଗାଧୋଇସାରି ତୁଳସୀ ଗଛ ଲଗାଯାଇଥିବା ମାଟିକୁ କେହି କେହି ପ୍ରସାଦ ବା ମୁଣ୍ଡରେ ଲଗାଇବା ଶୁଭ ବୋଲି କହିଥାନ୍ତି ।ବୁଧବାର ଓ ରବିବାର ଦିନ ବ୍ୟତୀତ ତୁଳସୀକୁ ପାଣି ଦେବା ଶୁଭ ହୋଇଥାଏ । ଏପରି କରିବା ଦ୍ବାରା ଘରେ ସୁଖ ଶାନ୍ତି ସହ ସକରାତ୍ମକ ଉର୍ଜା ବଜାୟ ରହିଥାଏ । ତୁଳସୀ ଦୁଇ ପ୍ରକାର ହୋଇଥାଏ, ଯେପରିକି ରାମ ତୁଳସୀ ଓ କୃଷ୍ଣା ତୁଳସୀ । ଆସନ୍ତୁ ଜାଣିବା ଏହି ଦୁଇ ପ୍ରକାର ତୁଳସୀ ଭିତରେ ଅନ୍ତର କଣ ।
ରାମ ତୁଳସୀ

ରାମ ତୁଳସୀର ରଙ୍ଗ କଳା ଓ କଳା ମିଶା ସବୁଜ ରଙ୍ଗର ହୋଇଥାଏ । ଯଦି ଏହାକ ସ୍ବାଦ କଥା କୁହାଯାଏ ତେବେ ଏହା ପାଟିକୁ ମିଠା ଲାଗିଥାଏ । ସାଧାରଣତଃ ଏହା ଶ୍ରୀ ତୁଳସୀ, ଦୟଣା ତୁଳସୀ ଓ ଉଜ୍ବଳ ତୁଳସୀ ଭାବେ ଜଣା ଯାଇଥାଏ ।
କୃଷ୍ଣା ତୁଳସୀ

କୃଷ୍ଣା ତୁଳସୀର ରଙ୍ଗ ଗାଢ଼ ବାଇଗଣୀ ରଙ୍ଗର ହୋଇଥାଏ । ଏହାର ସ୍ବାଦ ବାବଦରେ କହିଲେ ଏହା ରାମ ତୁଳସୀ ଭଳି ପାଟିକୁ ମିଠା ଲାଗେ ନାହିଁ । ଏହାକୁ କେହି କେହି କଳା ତୁଳସୀ ମଧ୍ଯ କହିଥାନ୍ତି । ଧାର୍ମିକ ମାନ୍ୟତା ଅନୁସାରେ ଏହି ତୁଳସୀ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ।

ଘରେ କେଉଁ ତୁଳସୀ ଲଗାଇବା ଶୁଭ?

ହିନ୍ଦୁ ଧର୍ମରେ ଦୁଇ ପ୍ରକାର ତୁଳସୀ ଗଛ ଘରେ ଲଗାଇବାର ଦେଖିବାକୁ ମିଳିଥାଏ । କିନ୍ତୁ ଦୁଇଟି ମଧ୍ୟରୁ କୌଣସି ଗୋଟିଏ ଲଗାଇବା ଶୁଭ ବୋଲି ବିଶ୍ବାସ କରାଯାଏ। ଆଧ୍ୟାତ୍ମିକ ରୂପରେ କୃଷ୍ଣା ତୁଳସୀ ତୁଳନାରେ ରାମ ତୁଳସୀ ଘରେ ଲଗାଇବା ଶୁଭ ବୋଲି କୁହାଯାଏ ।ଏହା ଘରର ସୁଖ, ସମୃଦ୍ଧି ଓ ସରକାତ୍ମକ ଉର୍ଜାକୁ ଆକର୍ଷିତ କରିଥାଏ । ପୂଜା ପାଠରେ ରାସ ତୁଳସୀର ବିଶେଷ ସ୍ଥାନ ରହିଛି । କୃଷ୍ଣା ତୁଳସୀ ଘରେ ଲଗାଯାଇପାରିବ, କିନ୍ତୁ ଏହାର ବ୍ୟବହାର ପୂଜା ବଦଳରେ ଔଷଧୀୟ ରୂପରେ ଅଧିକ ବ୍ୟବହାର କରାଯାଏ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking