18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶକାର୍ବନ ବୋର୍ଡ଼ର ଟ୍ୟାକ୍ସ କ’ଣ: ଭାରତ ସମେତ ଅନ୍ୟ ଦେଶମାନେ କାହିଁକି ଏହାକୁ ବିରୋଧ କରୁଛନ୍ତି

କାର୍ବନ ବୋର୍ଡ଼ର ଟ୍ୟାକ୍ସ କ’ଣ: ଭାରତ ସମେତ ଅନ୍ୟ ଦେଶମାନେ କାହିଁକି ଏହାକୁ ବିରୋଧ କରୁଛନ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ କାର୍ବନ ବର୍ଡର ଟ୍ୟାକ୍ସକୁ ନେଇ ଚର୍ଚ୍ଚା ଜାରି ରହିଛି । ନିକଟରେ ଇଜିପ୍ଟରେ ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀ (କପ-୨୭) ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ଭାରତ, ଚୀନ ସହିତ ଅନେକ ଦେଶ କାର୍ବନ ବର୍ଡର ଟ୍ୟାକ୍ସକୁ ନେଇ ଆପତ୍ତି ଜାହିର କରିଥିଲେ । ତେବେ ଏହି କାର୍ବନ ବର୍ଡର ଟ୍ୟାକ୍ସ କ’ଣ ଓ ଏହା ଦ୍ୱାରା ସାରା ଦୁନିଆ ଉପରେ କି ପ୍ରକାର ପ୍ରଭାବ ପଡ଼ିବ ତାହା ଜାଣିବା ଆମ ସମସ୍ତଙ୍କ ପାଇଁ ନିହାତି ଜରୁରୀ ।

ବିଭିନ୍ନ ଦେଶ ମୁତାବକ, କାର୍ବନ ବର୍ଡର ଟ୍ୟାକ୍ସର ପ୍ରଭାବ ଅନ୍ତର୍ଜାତୀୟ ସ୍ତରର ବାଣିଜ୍ୟ ଉପରେ ପଡ଼ିବ । ତେଣୁ ଏହାକୁ ହେୟ ଜ୍ଞାନ କରିଯିବା ଅନୁଚିତ । ଭାରତ, ବ୍ରାଜିଲ, ସାଉଥ ଆଫ୍ରିକା ଓ ଚୀନକୁ ନେଇ ୨୦୦୯ରେ ଗଠନ କରାଯାଇଥିବା ବେସିକ୍ସ ସଂଗଠନ ଏହାକୁ ବିରୋଧ କରିଥିଲେ । ଯେଉଁ ରାଷ୍ଟ୍ରଗୁଡ଼ିକ ଜଳବାୟୁ ପିରବର୍ତ୍ତନ ନିୟମକୁ କାର୍ଯ୍ୟକାରୀ କରିବା ନେଇ କଠୋର ନିୟମ ଲାଗୁ କରିନାହାନ୍ତି, ସେହି ଦେଶଗୁଡ଼ିକ ଉପରେ ଆମଦାନୀ ଶୁଳ୍କ ଲାଗୁ କରିବା ନେଇ ଆଲୋଚନା ହେଉଛି । ଏହାକୁ କାର୍ବନ ବର୍ଡର ଟ୍ୟାକ୍ସ କୁହାଯାଉଛି ।

ଏପରି ଦେଶଗୁଡ଼ିକ ଉପରେ ଆମଦାନୀ ଶୁଳ୍କ ଲାଗୁ କରିବା ଦ୍ୱାରା ସେମାନଙ୍କର ଅର୍ଥବ୍ୟବସ୍ଥା ନିମ୍ନଗାମୀ ହୋଇଯିବ । ନୂଆ ଦ୍ରବ୍ୟ ଉପରେ ଏହି ଟ୍ୟାକ୍ସ ଲାଗୁ କରିବା ନେଇ ୟୁରୋପୀୟ ସଂଘ ଯୋଜନା ପ୍ରସ୍ତୁତ କରିଛି । ଷ୍ଟିଲ, ସିମେଣ୍ଟ, ଫର୍ଟିଲାଇଜର, ଆଲୁମିନିୟମ ଓ ବିଜୁଳି ପରି କାର୍ବନ ନିଗର୍ମନ କରୁଥିବା ସାମଗ୍ରୀ ଉପରେ ଏହି ଟ୍ୟାକ୍ସ ଲାଗୁ କରିବାକୁ ଯୋଜନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking