27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶବିହାର ଜେଲରେ ଜୀବନ ହାରିଲେ ଚୀନ ନାଗରିକ

ବିହାର ଜେଲରେ ଜୀବନ ହାରିଲେ ଚୀନ ନାଗରିକ

ମୁଜାଫରପୁର : ମଙ୍ଗଳବାର ସକାଳେ ବିହାରର ମୁଜାଫରପୁରରେ ଚାଇନାର ନାଗରିକ ଲି ଜିଆକି (୬୩) ବର୍ଷ ବ୍ୟକ୍ତିଙ୍କ ଏସକେଏମସିଏଚ ର ୱାର୍ଡ -୬ରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ଗତ ୭ ତାରିଖ ଦିନ ସଂପୃକ୍ତ ଚୀନ ନାଗରିକ ସହିଦ ଖୁଦିରାମ ବୋଷ କେନ୍ଦ୍ରୀୟ ଜେଲରେ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଜେଲର ଶୌଚାଳୟରେ ନିଜର ଚଷମା ଭାଙ୍ଗି ଏହାର କାଚକୁ ହାତ, ଛାତି ଓ ସମ୍ବେଦନଶୀଳ ଅଙ୍ଗରେ ଆକ୍ରମଣ କରିଥିଲେ। ମାତ୍ରାଧିକ ରକ୍ତସ୍ରାବ କାରଣରୁ ସେ ଶୌଚାଳୟରେ ଅଚେତ ହୋଇଯାଇଥିଲେ। ଚୀନ ନାଗରିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜେଲ୍‌ର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା। ପରେ ଏସ୍‌କେଏମ୍‌ସିଏଚ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସକମାନେ ତାଙ୍କର ସଫଳତାପୂର୍ବକ ଅପରେସନ ମଧ୍ୟ କରିଥିଲେ। କିନ୍ତୁ ତାଙ୍କର ଜୀବନ ବଞ୍ଚାଇ ପାରି ନଥିଲେ। ସୂଚନାଯୋଗ୍ୟ, ଚୀନ ନାଗରିକ ଲି ଜିୟାକିଙ୍କୁ ଗତ ୫ ତାରିଖ ଦିନ ବ୍ରହ୍ମାପୁରା ଥାନା ପୁଲିସ ଲକ୍ଷ୍ମୀଛକ ନିକଟରୁ ଗିରଫ କରିଥିଲା। କାରଣ ତାଙ୍କ ପାଖରେ ଭିସା ନଥିଲା। ଲିଙ୍କୁ କେନ୍ଦ୍ରୀୟ ସଂସ୍ଥା ମଧ୍ୟ ପଚରାଉଚରା କରିଥିଲା ଏବଂ ଗତ ୬ ତାରିଖ ଦିନ ‌ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେ ଏଠାକୁ କେମିତି ଆସିଥିଲେ ସେନେଇ ପୁଲିସର ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking