31.1 C
Bhubaneswar
Tuesday, October 22, 2024
Homeଅପରାଧଏ କେମିତିକା ମା’....୨ ବର୍ଷର ଝିଅକୁ ହତ୍ୟା ପରେ କଲିଜା ଖାଇଦେଲେ !

ଏ କେମିତିକା ମା’….୨ ବର୍ଷର ଝିଅକୁ ହତ୍ୟା ପରେ କଲିଜା ଖାଇଦେଲେ !

ବ୍ୟୁରୋ: ସନ୍ତାନ ପାଇଁ ଦୁନିଆ ସହ ଲଢ଼ିବାକୁ ପଛାଏ ନାହିଁ ମା’ । ସନ୍ତାନ ପ୍ରତି କୌଣସି ବିପଦ ଆସିଲେ ନିଜ ଜୀବନକୁ ବାଜିରେ ଲଗାଇ ସନ୍ତାନକୁ ସୁରକ୍ଷା ଦେଇଥାଏ ମା’ । ଆବଶ୍ୟକ ପଡ଼ିଲେ, ଅନ୍ୟର ଜୀବନ ନେବାକୁ ମଧ୍ୟ ପଛାଏ ନାହିଁ ମା’ । ହେଲେ ଏ କେମିତିକା ମା’ ? ଯିଏ ନିଜ ଛୁଆକୁ ହତ୍ୟା କରି ତା’ର କଲିଜା ଖାଇବାକୁ ମଧ୍ୟ ପଛାଇଲେ ନାହିଁ । ଏହା ପଛର କାରଣ ମଧ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କେନିଆରେ ଏଭଳି ଘଟଣା ଘଟିଛି । କେନିଆରା ରହୁଥିବା ୨୪ ବର୍ଷୀୟା ଓଲିଭିୟା ନସେରିୟନ୍ ନିଜର ୨ ବର୍ଷର ଝିଅକୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ଝିଅକୁ ହତ୍ୟା ପରେ ଓଲିଭିୟା ମୃତଦେହକୁ ଖଣ୍ଡ ଖଣ୍ଡ କରି କଲିଜାକୁ ଖାଇଥିଲେ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କିଛି ପଡ଼ୋଶୀ ଏହି ବୀଭତ୍ସ ହତ୍ୟାକାଣ୍ଡ ଦେଖିଥିଲେ ।

ସେମାନଙ୍କ କହିବା ଅନୁସାରେ, ମହିଳା ଜଣକ ଝିଅକୁ ଅନେକ ଥର ଭଜନ ଗାଇବା ଓ ପଢ଼ୁଥିବା ଦେଖି ଦେଇଥିଲେ । ଏହାପରେ ସେ ପୁରାପୂରି ପାଗଳ ହୋଇଯାଇଥିଲେ । ହୁଏତ ଏଥିପାଇଁ ସେ ଝିଅକୁ ହତ୍ୟା କରିଥାଇପାରନ୍ତି । କେନିଆ ଖବରକାଗଜ ଦ ଷ୍ଟାର ଅନୁସାରେ, କୁନି ଝିଅର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଏହି ସମୟରେ ଦେଖିବାକୁ ପାଇଥିଲେ, ଓଲିଭିୟା ଝିଅକୁ ହତ୍ୟା ପରେ ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ କାଟି ଏହାକୁ ଖାଉଛନ୍ତି । ଝିଅକୁ ବଞ୍ଚାଇବା ପାଇଁ ପଡ଼ୋଶୀ ଘରର କବାଟ ଭାଙ୍ଗିବାକୁ ପ୍ରୟାସ ମଧ୍ୟ କରିଥିଲେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏହାପରେ ସ୍ଥାନୀୟ ଲୋକେ ପୋଲିସ୍କୁ ଖବର ଦେଇଥିଲେ । ଜଣେ ପଡ଼ୋଶୀଙ୍କ କହିଛନ୍ତି ମହିଳା ଜଣକ କହୁଥିବା ଶୁଣିବାକୁ ମିଳିଥିଲା, ‘ତୁ ଆଉ କେବେବି କାନ୍ଦିବୁ ନାହିଁ…ସବୁଦିନ ପାଇଁ ଶୋଇଯିବୁ । ମୁଁ ତତେ ବହୁତ ଭଲ ପାଉଛି ।’ ତେବେ ମହିଳା ଜଣକ ନିଜ ଝିଅ ସହ ଏପରି କାହିଁକି କଲେ ? କାହିଁକି ତାଙ୍କୁ ବୀଭତ୍ସ ଭାବେ ହତ୍ୟା କଲେ ? ଏସବୁର ପ୍ରକୃତ କାରଣ ଜଣାପଡ଼ିନି । ପୋଲିସ୍ ଓଲିଭିୟା ଗିରଫ କରି ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking