27.1 C
Bhubaneswar
Saturday, June 22, 2024
Homeଖେଳଉଗାଣ୍ଡାକୁ ୧୩୪ ରନରେ ହରେଇ ୱେଷ୍ଟଇଣ୍ଡିଜ ବିଜୟ

ଉଗାଣ୍ଡାକୁ ୧୩୪ ରନରେ ହରେଇ ୱେଷ୍ଟଇଣ୍ଡିଜ ବିଜୟ

ଦକ୍ଷିଣ ଆମେରିକା : ଟି-୨୦ ବିଶ୍ୱକପ ମୈଦାନରେ ୱେଷ୍ଟଇଣ୍ଡିଜର ବିଶାଳ ବିଜୟ। ଉଗାଣ୍ଡାକୁ ୧୩୪ ରନ୍ ବ୍ୟବଧାନରେ ପରାସ୍ତ କରି ନୂଆ ରେକର୍ଡ କରିଛି ଇଣ୍ଡିଜ ବାହିନୀ। ଏହା ପୂର୍ବରୁ ଦଳ ପାକିସ୍ତାନକୁ ୮୪ ରନରେ ପରାସ୍ତ କରିଥିଲା। ଦକ୍ଷିଣ ଆମେରିକାର ଗୁୟାନା ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳା ଯାଇଥିବା ଗ୍ରୁପ୍-ସି ପର୍ଯ୍ୟାୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ୱେଷ୍ଟଇଣ୍ଡିଜ ଓ ଉଗାଣ୍ଡା। ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ ବାହିନୀ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୩ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜନସନ ଚାର୍ଲେସ ସର୍ବାଧିକ ୪୪ ରନ୍ କରିଥିଲେ।
ଏହାପରେ ୧୭୪ ରନର ଟାର୍ଗେଟକୁ ପିଛା କରି ମୈଦାନକୁ ଓହ୍ଲାଇଥିବା ଉଗାଣ୍ଡା ଅତି ଶୋଚନୀୟ ଭାବେ ପରାସ୍ତ ହୋଇଛି। ଦଳ ମାତ୍ର ୩୯ ରନରେ ଅଲ୍ ଆଉଟ୍ ହୋଇଯିବା ପରେ ୱେଷ୍ଟଇଣ୍ଡିଜକୁ ବିରାଟ ବିଜୟ ହାସଲ ହୋଇଛି। ୱେଷ୍ଟଇଣ୍ଡିଜ ପକ୍ଷରୁ ଆକେଲ ହୋସେନ ସର୍ବାଧିକ ୫ ୱିକେଟ୍ ନେବା ସହ ୪ ଓଭର୍ ପକାଇ ମାତ୍ର ୧୧ ରନ୍ ଦେଇଥିଲେ। ଘାତକ ବୋଲିଂ ପାଇଁ ସେ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସେହିପରି ଅନ୍ୟମାନଙ୍କ ମଧ୍ୟରେ ଆଲଜାରି ଜୋସେଫ ୩ ଓଭର ପକାଇ ୬ ରନ୍ ଦେବା ସହ ୨ଟି ୱିକେଟ୍ ନେଇଥିବା ବେଳେ ରୋମାରିଓ ଶେଫେର୍ଡ, ଆଣ୍ଡ୍ରେ ରସେଲ ଓ ଗୁଡ଼ାକେଶ ମୋତି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking