ପଶ୍ଚିମବଙ୍ଗ: ଦୀଘା ଜଗନ୍ନାଥ ମନ୍ଦିର ବିବାଦରେ ତଦନ୍ତ ନିର୍ଦ୍ଦେଶକୁ ଶୁଭେନ୍ଦୁ ଅଧିକାରୀଙ୍କ ସ୍ୱାଗତ । ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସ୍ୱାଗତ ଜଣାଇଛି । ଓଡିଶା ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ୱାଗତ କଲେ ଶୁଭେନ୍ଦୁ । ବଳକା ନବକଳେବର ଦାରୁ ବ୍ୟବହାର ଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ । ନିମ୍ନସ୍ତରକୁ ଖସି ଯାଇଛନ୍ତି ପଶ୍ଚିମବଙ୍ଗ ସରକାର । ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର ଭାବେ ଉପସ୍ଥାପନ କରିଛନ୍ତି । ଭକ୍ତଙ୍କୁ ଭ୍ରମିତ କରିବାକୁ ପଶ୍ଚିମବଙ୍ଗ ସରକାର ଏପରି କରିଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ଦୋମୁହାଁ ନୀତିରେ ପର୍ଦ୍ଦାଫାସ ହେବା ଉଚିତ୍ । ସାରା ଭାରତ ଓ ବିଶ୍ୱରେ ଜଗନ୍ନାଥଙ୍କ ମନ୍ଦିର ରହିଛି, ସେଗୁଡିକ ଧାମ ନୁହନ୍ତି । ଏକ ନୂଆ ଢାଞ୍ଚା ନିର୍ମାଣ କରି ଏହାକୁ ଧାମ ଭାବେ ନାମିତ କରାଯାଇପାରିବ ନାହିଁ । ରାମକୃଷ୍ଣ ଦାସମହାପାତ୍ରଙ୍କ ଭୂମିକା ଉପରେ ବିଚାର ଆବଶ୍ୟକ । ତାଙ୍କ କାର୍ଯ୍ୟ ଜଗନ୍ନାଥ ସମସ୍କୃତି ପ୍ରତି ଘୋର ଅପମାନ ଆଣିଛି । ପଦବୀର ଅପବ୍ୟବହାର କରି ଭକ୍ତଙ୍କ ବିଶ୍ୱାସକୁ କ୍ଷୁର୍ଣ୍ଣ କରିଛନ୍ତି ।