27.1 C
Bhubaneswar
Monday, April 13, 2026
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗି ରହିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ମମତା ବାନାର୍ଜୀ ଦେଶରେ ବଢୁଥିବା ଦୁଷ୍କର୍ମ ମାମଲା ବିଷୟରେ କହିଛନ୍ତି ଓ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ନିଜ ପତ୍ରରେ ମମତା ଲେଖିଛନ୍ତି, “ମୁଁ ଆପଣଙ୍କ ଦୃଷ୍ଟିଆକର୍ଷଣ କରିବାକୁ ଚାହୁଁଛି ଯେ ସମଗ୍ର ଦେଶରେ ଦୁଷ୍କର୍ମ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ଉପଲବ୍ଧ ତଥ୍ୟ ଅନୁଯାୟୀ, ଦୁଷ୍କର୍ମ ସହିତ ଅନେକ ମାମଲାରେ ହତ୍ୟା ମଧ୍ୟ ହେଉଛି । ସାରା ଦେଶରେ ଦୈନିକ ପ୍ରାୟ ୯୦ଟି ଦୁଷ୍କର୍ମ ମାମଲା ଘଟୁଥିବା ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ଏହା ସମାଜ ଓ ରାଷ୍ଟ୍ରର ବିଶ୍ୱାସ ଓ ବିବେକକୁ ଭାଙ୍ଗି ଦେଇଥାଏ।

ମହିଳାମାନେ ଯେପରି ସୁରକ୍ଷିତ ଅନୁଭବ କରିବେ ସେଥିପାଇଁ ବଢୁଥିବା ଦୁଷ୍କର୍ମ ଘଟଣାକୁ ବନ୍ଦ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ଏଭଳି ଜଘନ୍ୟ ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ଥିବା କଠୋର କେନ୍ଦ୍ରୀୟ ଆଇନ ମାଧ୍ୟମରେ ଏଭଳି ଏକ ଗମ୍ଭୀର ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ବ୍ୟାପକ ଭାବେ ସମାଧାନ କରାଯିବାର ଆବଶ୍ୟକତା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking