କୋଲକାତା : ରାଜ୍ୟପାଳ ଙ୍କ ଠାରୁ କ୍ଷମତା ଛଡାଇ ଆଣିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ବିଶ୍ୱ ବିଦ୍ୟାଳୟ କୁଳାଧିପତି ଭାବେ ଏଣିକି ରହିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କୁଳାଧିପତି ନେଇ ଆଗତ ବିଲ ପଶ୍ଚିମବଙ୍ଗ ବିଧାନସଭାରେ ପାରିତ । ବିଧି ବ୍ୟବସ୍ଥା ଅନୁସାରେ ରାଜ୍ୟପାଳ ବିଶ୍ୱ ବିଦ୍ୟାଳୟ କୁଳାଧିପତି ରହିଥାନ୍ତି ।ପଶ୍ଚିମବଙ୍ଗର ରାଜ୍ୟପାଳଙ୍କ ବଦଳରେ ଏବେ ସମସ୍ତ ବିଶ୍ବବିଦ୍ୟାଳୟର କୁଳାଧିପତି ହେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବରେ ରାଜ୍ୟପାଳ ଜଗଦୀପ ଧନଖରଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଳପତି ହେବେ, ଏନେଇ ଏଇ ପଶ୍ଚିମବଙ୍ଗ ବିଧାନସଭାରେ ଏକ ବିଲ୍ ପାରିତ ହୋଇଛି। ତେବେ ଏହାକୁ ନେଇ ପୂର୍ବରୁ ଆଲୋଚନା ହେଉଥିବା ବେଳେ ଆଜି କିନ୍ତୁ ପଶ୍ଚିମବଙ୍ଗ ବିଧାନସଭାରେ ଏହି ବିଲ୍ ପାରିତ ହୋଇଛି। ସୂଚନା ଥାଉକି, ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବରେ ବଦଳାଇବା ପ୍ରସ୍ତାବକୁ ପଶ୍ଚିମବଙ୍ଗ କ୍ୟାବିନେଟ ପୂର୍ବରୁ ଅନୁମୋଦନ ଦେଇଥିଲା। ଏହା ସହିତ ରାଜ୍ୟପାଳଙ୍କୁ ବେସରକାରୀ ବିଶ୍ୱବିଦ୍ୟାଳୟର ‘ପରିଦର୍ଶକ’ ପଦରୁ ହଟାଇବା ଏବଂ ତାଙ୍କ ସ୍ଥାନରେ ରାଜ୍ୟର ଶିକ୍ଷା ମନ୍ତ୍ରୀଙ୍କୁ ନିଯୁକ୍ତ କରିବାକୁ ଅନ୍ୟ ଏକ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ଦିଆଯାଇଥିଲା।