ନୟାଗଡ଼: ଚିକିତ୍ସାଧୀନ ସ୍ତ୍ରୀକୁ ଭୁବନେଶ୍ୱର ଦେଖିବାକୁ ଯାଇ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଆଜି ଅପରାହ୍ନ ସମୟରେ ଗ୍ରାମରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର ହୋଇଥିବା ଜଣାଯାଇଛି।
ଘଟଣାରୁ ଜଣାଯାଇଛି ଯେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବିଜିପୁର ଗ୍ରାମ ଲହଙ୍ଗାସାହିର ଲୋଚନ ବାରିକ(୬୫) ଶ୍ୱାସରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ସ୍ତ୍ରୀକୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ୍କୁ ଦେଖିବାକୁ ଯାଇଥିଲେ। ତାଙ୍କ ସ୍ତ୍ରୀ କ୍ୟାପିଟାଲ ହସ୍ପିଟାଲ୍ରେ ଶ୍ୱାସରୋଗ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ପାଖରେ ପୁଅ ଓ ଶାଳକଥିବା ବେଳେ ସେ କାଲି ଦେଖିବାକୁ ଯାଇଥିଲେ। କାଲି ଦିନ ୩ଟା ସମୟରେ ସ୍ତ୍ରୀକୁ ଏପରି ଅବସ୍ଥାରେ ଦେଖି ତାଙ୍କର ହୃଦ୍ଘାତ ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।










