25.1 C
Bhubaneswar
Thursday, November 28, 2024
Homeଓଡିଶାୱେବ୍‌ସିରିଜ୍ ‘ବାରଙ୍ଗ-୧୯୯୯’ ସୁଟିଂକୁ ନେଇ ଝଡ଼ : ସୁଟିଂ ବନ୍ଦ ନହେଲେ କୋର୍ଟଙ୍କ ଦ୍ୱାରସ୍ଥ ହେବେ...

ୱେବ୍‌ସିରିଜ୍ ‘ବାରଙ୍ଗ-୧୯୯୯’ ସୁଟିଂକୁ ନେଇ ଝଡ଼ : ସୁଟିଂ ବନ୍ଦ ନହେଲେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ଅଞ୍ଜନା

ଭୁବନେଶ୍ୱର: ଓଡ଼ିଶାର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ କାହାଣୀକୁ ନେଇ ୱେବସିରିଜ୍ ବାରଙ୍ଗ-୧୯୯୯ ଆସୁଛି । ପ୍ରଯୋଜନା ସଂସ୍ଥା ପକ୍ଷରୁ ଏବେ ଏହି ୱେବସିରିଜ୍‌ର ସୁଟିଂ ଚାଲୁଥିବା ବେଳେ କଞ୍ଜାଲଙ୍କା ଓଡ଼ିଆ ଓଟିଟି ପ୍ଲାଟଫର୍ମରେ ଦର୍ଶକମାନେ ଦେଖିବାକୁ ପାଇବେ । ଏପରିସ୍ଥିତିରେ ୱେବସିରିଜ୍‌କୁ ନେଇ ଝଡ଼ ସୃଷ୍ଟି ହୋଇଛି । ୨୨ ବର୍ଷ ଧରି ସଂଘର୍ଷ କରିବା ପରେ ନ୍ୟାୟ ପାଇଥିବା ଅଞ୍ଜନା ଏନେଇ ପ୍ରତିବାଦ କରିଛନ୍ତି । ଏପରିକି ଏହାକୁ ବନ୍ଦ ନ କରାଗଲେ କୋର୍ଟଙ୍କ ଦ୍ୱାରସ୍ଥ ହେବି ବୋଲି ଅଞ୍ଜନା ଚେତବନୀ ଦେଇଛନ୍ତି । ଫଳରେ ପ୍ରଯୋଜନା ସଂସ୍ଥା ଚିନ୍ତାରେ ପଡ଼ିଛି । ବହୁ ଅର୍ଥରେ ପ୍ରସ୍ତୁତି ଚାଲୁଥିବା ବାରଙ୍ଗ-୧୯୯୯ର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଅଞ୍ଜନା ଗଣମାଧ୍ୟମ ଜରିଆରେ କହିଛନ୍ତି, ମୋ ଜୀବନ କାହାଣୀକୁ ନେଇ ୱେବ୍‌ସିରିଜ୍ ହେଉଥିବା ଖବରକାଗଜରୁ ଜାଣିବାକୁ ପାଇଲି ।

ମୋ ପାଖରେ ଏନେଇ କୌଣସି ସୂଚନା ନ ଥିଲା । ସେମାନେ ମୋ ସହ ଆଲୋଚନା କରିନାହାନ୍ତି କି ଅନୁମତି ମଧ୍ୟ ନେଇନାହାନ୍ତି । ପ୍ରଯୋଜନା ସଂସ୍ଥା ଯଦି ଏହି ୱେବ ସିରିଜ୍‌କୁ କରିବେ ମୁଁ ବାଧ୍ୟ ହୋଇ ଆଇନ ଅନୁଯାୟୀ କୋର୍ଟଙ୍କ ଦ୍ୱାରସ୍ଥ ହେବି ବୋଲି ଅଞ୍ଜନା କହିଛନ୍ତି ।  ସୂଚନାଯୋଗ୍ୟ, ୧୯୯୯ ଜୁନୁଆରୀ ୯ ରାତିରେ ଧୀରେନ୍ଦ୍ର ମହାନ୍ତି, ପ୍ରଦୀପ ସାହୁ ଓ ବିବନ ବିଶ୍ୱାଳ ବାରଙ୍ଗ ପାଖରେ ଅଞ୍ଜନାଙ୍କୁ କାର୍ ଭିତରେ ଗଣବଳାତ୍କାର କରିଥିଲେ । ଘଟଣାରେ ଧୀରେନ୍ଦ୍ର ଓ ପ୍ରଦୀପ ଗିରଫ ହୋଇଥିବା ବେଳେ ବିବନ ଫେରାର ହୋଇ ମହାରାଷ୍ଟ୍ର ପଳାଇଯାଇଥିଲେ । ସେଠାରେ ସେ ନିଜ ନାମ ଓ ପରିଚୟ ବଦଳାଇ ରହୁଥିଲେ । ଏନେଇ ଜଣାପଡ଼ିବା ପରେ ୨୦୨୧ ଫେବୃୟାରୀ ୨୧ରେ କମିଶନରେଟ ପୁଲିସର ଏକ ଟିମ୍ ମହାରାଷ୍ଟ୍ର ଯାଇ ଆମ୍ବିଭ୍ୟାଲରୁ ବିବନଙ୍କୁ ଗିରଫ କରିଥିଲା । ପରେ କମିଶନରେଟ ପୁଲିସକୁ ସବୁଆଡ଼ୁ ପ୍ରଶଂସା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking