28.1 C
Bhubaneswar
Sunday, September 8, 2024
Homeଓଡିଶାଆଜି ଠାରୁ କମିବ ବର୍ଷା

ଆଜି ଠାରୁ କମିବ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ବୁଧବାର ସୃଷ୍ଟି ହୋଇଥିବା ଲଘୁଚାପ ଏବେ ପୂର୍ବ ମଧ୍ୟପ୍ରଦେଶ ଓ ପଡ଼ୋଶୀ ରାଜ୍ୟରେ ସକ୍ରିୟ ରହିଛି । ତେବେ ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ନରହିବା କାରଣରୁ ଆସନ୍ତାକାଲି ଠାରୁ ବର୍ଷା କମ୍ ହେବ । ତେବେ ର‌୍ୟାର କିଛି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ବଲାଙ୍ଗିର ଜିଲ୍ଳାର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ବେଳେ କଳାହାଣ୍ଡି, ବରଗଡ଼, କନ୍ଧମାଳ, ନୂଆପଡ଼ା, ବୌଦ୍ଧ, ରାୟଗଡ଼ା, ସୋନପୁର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ୧୦ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି । ବଲାଙ୍ଗିରର ଦେଓଗାଁରେ ସର୍ବାଧିକ ୧୯ ମିମିି ବର୍ଷା ରେକର୍ଡ ହୋଇଥିବା ବେଳେ ଗୁଡ଼ବେଲାରେ ୧୩ ମିମି, ବଲାଙ୍ଗୀରରେ ୧୧ ମିମି, କଳାହାଣ୍ଡିର କରଲାମୁଣ୍ଡାରେ ୧୧ମିମି, ନରଲାରେ ୧୧ମିମି, କନ୍ଧମାଳ ବାଲିଗୁଡ଼ା, ନୂଆପଡ଼ା, ବରଗଡ଼ର ବିଜେପୁରରେ ୧୦ ମିମିବର୍ଷା ରେକର୍ଡ ହୋଇଛି ।

ଅପରପକ୍ଷେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଶନିବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଉପକୂଳବର୍ତ୍ତୀ ଓଡ଼ିଶାର କେତେକ ସ୍ଥାନରେ ସାଧାରଣରୁ ମଧ୍ୟମ ଧରଣର ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍‌ର ୧୪ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କାର୍ଯ୍ୟ ଚାଲି ରହିଥିଲା । ଶୁକ୍ରବାର ପୁଣି ୮ଟି ଗେଟ୍‌କୁ ଖୋଲି ଦିଆଯାଇଛି । ଏବେ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ବାମ ପଟରୁ ୧୩ଟି ଗେଟ୍ ଖୋଲି ଦିଆଯାଇଥିବା ବେଳେ ଦକ୍ଷିଣ ପଟର ୯ଟି ଗେଟ୍ ଖୋଲାଯାଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଏବଂ ଜଳପ୍ରବେଶ ହାର ବଢ଼ୁଥିବାରୁ ଗତକାଲି ଅଧିକ ଗେଟ୍ ଖୋଲା ଯାଇଥିଲା । ସ୍ଥିତି ଦେଖି ପୁଣି ଗେଟ୍ ଖୋଲାଯିବା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking