18.1 C
Bhubaneswar
Saturday, November 23, 2024
Homeଓଡିଶା୩୦ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

୩୦ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର:  ମୌସୁମୀ ପ୍ରବାହ ଦୃଷ୍ଟିରୁ ଅଗଷ୍ଟ ମାସ ଏକ ଗୁରୁତ୍ୱପୂର୍ଣ୍ଣ ମାସ ହିସାବରେ ଗଣାଯାଏ । କାରଣ ଏହି ମାସରେ ଅଧିକ ବର୍ଷା ହୋଇଥାଏ । କିନ୍ତୁ ୨୦୨୧ର ଅଗଷ୍ଟ ମାସ ବିଗତ କିଛି ଦଶନ୍ଧିରେ ଏକ ଶୁଖିଲା ଅଗଷ୍ଟ ମାସରେ ପରିଣତ ହୋଇଛି । ଏହା ସାମଗ୍ରିକ ଭାବେ ବାର୍ଷିକ ବୃଷ୍ଟିପାତକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏହି ସ୍ଥିତିରେ ଆସନ୍ତା ୨୭ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ଦୁଇଦିନରେ ଏହି ସାଇକ୍ଲୋନିକ ସର୍କୁଲେସନ ଆହୁରି ଘନୀଭୂତ ହେବା ସହ ୩୦ ତାରିଖ ବେଳକୁ ଏକ ଲଘୁଚାପରେ ପରିଣତ ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛି । ପୂର୍ବରୁ ଏହି ସଂସ୍ଥା କହିଥିଲା ଯେ ଏହି ଲଘୁଚାପଟି ୨୮ ତାରିଖ ବେଳକୁ ସୃଷ୍ଟି ହେବ । କିନ୍ତୁ ୨୪ ତାରିଖ ସନ୍ଧ୍ୟାରେ ପ୍ରକାଶିତ ରିପୋର୍ଟରେ ସଂସ୍ଥା ନିଜର ମତ ବଦଳାଇ ଏହା ୩୦ ତାରିଖ ସୁଦ୍ଧା ଦାନା ବାନ୍ଧିବ ବୋଲି କହିଛି । ଏ ପରିପ୍ରେକ୍ଷୀରେ ମାସ ଶେଷ ବେଳକୁ ଦାନା ବାନ୍ଧୁଥିବା ଲଘୁଚାପ ଏକ ନୂଆ ଆଶା ନେଇ ଆସିଛି । ଏହି ଲଘୁଚାପ ପ୍ରଭାବରୁ ଭଲ ବର୍ଷା ହେଲେ ତାହା ବୃଷ୍ଟିପାତ ନିଅଣ୍ଟକୁ ଭରଣା କରିବାରେ ସହାୟକ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

ଏହି ସ୍ଥିତିରେ ଆଗାମୀ ୩ଦିନ ରାଜ୍ୟର ଅନେକ ଜିଲ୍ଲାରେ କାଳବେ?ଶାଖୀ ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ନୟାଗଡ଼, ଖୋର୍ଧା, କଟକ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଜିଲ୍ଲାରେ କାଳାକବୌଶାଖୀ ସମ୍ଭାବନା ରହିଛି । ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଅଗଷ୍ଟ ୨୫ ଅର୍ଥାତ ଆସନ୍ତାକାଲି ଓ ତା ପରଦିନ ୨୬ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶଖୀ ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏତଦ ବ୍ୟତୀତ ୨୬ରୁ ୨୭ ତାରିଖ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବେ?ଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଥିବା ବେଳେ ମୟୂରଭଞ୍ଜ, କେନ୍ଦୁଝର ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ମୌସୁମୀ ପ୍ରବାହ ଏବେବି ନୈରାସଜନକ ରହିଛି ।

ଏବେ ସୁଦ୍ଧା ଓଡ଼ିଶାରେ ୫୮୮.୩ ମିମି ବର୍ଷା ରେକର୍ଡ ହୋଇଛି, ହେଲେ ଜୁନ ପହିଲା ରୁ ଏବେସୁଧା ସ୍ୱାଭାବିକ ବର୍ଷା ୮୫୦ ମିମି ରେକର୍ଡ ହେବ କଥା । ଅଭାବୀ ବର୍ଷା ସକାଶେ ରାଜ୍ୟର ଲକ୍ଷ ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ପାଣିପାଗ କେନ୍ଦ୍ର ଜାରିକରିଥିବା ସୂଚନାରୁ ପ୍ରକାଶ ପାଇଛି । ବିଶେଷ କରି ଅଗଷ୍ଟ ମାସରେ ଅଭାବୀ ବର୍ଷା ପରିମାଣ ଅହେତୁକ ମାତ୍ରାରେ ବୃଦ୍ଧି ପାଇଛି । ଅଗଷ୍ଟରେ ଏବେସୁଧା ନିଆଣ୍ଟିଆ ବର୍ଷା ପରିମାଣ ୬୦% ଉପରେ ରହିଛି । ମାତ୍ର ଗୋଟିଏ ଜିଲ୍ଲା ମାଲକାନଗିରି ବ୍ୟତୀତ ଅନ୍ୟ ସବୁଠି ନିଆଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଯାହା ଏବେ ଜନସାଧାରଣ ଓ ରାଜ୍ୟସରକାରଙ୍କ ଚିନ୍ତା ବଢାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking