26.1 C
Bhubaneswar
Saturday, October 19, 2024
Homeଓଡିଶାବଢ଼ିଲା ପାରଦ: ୧୩ଟି ସହରର ତାପମାତ୍ରା ୩୯ ଡିଗ୍ରୀ ଉପରେ

ବଢ଼ିଲା ପାରଦ: ୧୩ଟି ସହରର ତାପମାତ୍ରା ୩୯ ଡିଗ୍ରୀ ଉପରେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ସୋମବାର କିଛି ଜିଲ୍ଲାରେ ସ୍ୱାଭାବିକ ଠାରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି । ତେବେ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଗରମ ବାୟୁ ପ୍ରବାହିତ ହେବାରୁ ଦିନ ତାପମାତ୍ରାରେ ବୃଦ୍ଧି ପାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ଗ୍ରୀଷ୍ମ ପ୍ରବାହ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି । ବିଶେଷ ଭାବେ ପଶ୍ଚିମ ଓ ଆଭ୍ୟନ୍ତରୀଣ ସମେତ ଉପକୂଳ ଜିଲ୍ଲା ଗୁଡିକରେ ତାପମାତ୍ରା ବୃଦ୍ଧି ଘଟିବ । ସାଧାରଣତଃ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ତାପମାତ୍ରା ସ୍ୱଭାବିକ ରହିଥାଏ । ଗତବର୍ଷ ଏପ୍ରିଲ ଶେଷ ତାରିଖରେ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୫.୫ ଡିଗ୍ରୀ ରେକର୍ଡ ହୋଇଥିଲା ।

ସୋମବାର ରାଜ୍ୟର ୧୩ ସହରର ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଥିବା ବେଳେ ବାରିପଦା ଓ ଝାରସୁଗୁଡାରେ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା । ସେଥିରୁ ଝାରସୁଗୁଡାରେ ପାରଦ ୪୦.୪ ଡିଗ୍ରୀ ରହିଥିବାରୁ ଏହା ରାଜ୍ୟରେ ଉତ୍ତପ୍ତ ସହର ରହିଥିଲା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ଜାରି କରିଥିବା ବୁଲେଟିନ୍ ଅନୁସାରେ ଭୁବନେଶ୍ୱର, ଚାନ୍ଦବାଲିରେ, ଅନୁଗୋଳରେ ଓ ସମ୍ୱଲପୁରରେ ତାପମାତ୍ରା ୩୯.୭ଂ ରହିଥିଲା । ସେହିପରି ବୌଦ୍ଧ ଓମାଲକାନଗିରିରେ ୩୯.୫ ଡିଗ୍ରୀ, ଟିଟିଲାଗଡ଼ରେ ୩୯ ଡିଗ୍ରୀ. ସୋନପୁରରେ ୩୯.୨ ଡିଗ୍ରୀ, କଟକରେ ୩୯.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୩୯ ଡିଗ୍ରୀ, ଜଗତସିଂହପୁରରେ ୩୯ ଡିଗ୍ରୀ ରେକର୍ଡ କରାଯାଇଛି । ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking