16.1 C
Bhubaneswar
Tuesday, November 26, 2024
Homeଓଡିଶା୨୩ରେ ପୁଣି ପଶ୍ଚିମାଝଡର ପ୍ରଭାବରେ ରାଜ୍ୟବ୍ୟାପି ବର୍ଷା!

୨୩ରେ ପୁଣି ପଶ୍ଚିମାଝଡର ପ୍ରଭାବରେ ରାଜ୍ୟବ୍ୟାପି ବର୍ଷା!

ଭୁବନେଶ୍ୱର: ଟ୍ରପଲାଇନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଶ୍ରୀ ଦାଶ କହିଛନ୍ତି ଯେ, ଆସନ୍ତା ୨୪ଘଣ୍ଟାରେ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସମ୍ପୃକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା, କଟକ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ସମ୍ବଲପୁର ଏବଂ ଦେବଗଡକୁ ସତର୍କତା ଜାରି ହୋଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ବହିବ ପବନ । ଏହି ସମୟ ମଧ୍ୟରେ ମଧ୍ୟ ୧୩ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି । ତେଣୁ ସେହି ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେହି ଜିଲ୍ଲାଗୁଡିକ ହେଉଛି, କନ୍ଧମାଳ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, ଜଗତସିଂପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଏବଂ ନୂଆପଡା ।

ସେହିପରି ଆସନ୍ତା ୪୮ଘଣ୍ଟା ଅର୍ଥାତ ଆସନ୍ତା ୨୩ରେ ପୁଣି ଆଉ ଏକ ପଶ୍ଚିମା ଝଡର ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ କାଳବୈଶାଖୀ ହେବାର ସମ୍ଭାବନା ମଧ୍ୟ ରହିଛି । ଫଳରେ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି ବୋଲି ଶ୍ରୀ ଦାଶ କହିଛନ୍ତି । ଏହାବ୍ୟତୀତ ୨୫ତାରିଖ ମଧ୍ୟରେ ଦିନରେ ପାରଦ ବୃଦ୍ଧି ପାଇଲେ ହେଁ ଅପରାହ୍ନରେ ବର୍ଷା ହେବ । ଆସନ୍ତାକାଲି ସକାଳ ୮ଟା୩୦ ପରଠାରୁ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ । ବିଶେଷକରି ଭୁବନେଶ୍ୱର ଏବଂ କଟକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଗତ ୨୪ଘଣ୍ଟାରେ ପୁରୀରେ ସର୍ବାଧିକ ୨୦ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୪.୮ମିମି, ଭୁବନେଶ୍ୱରରେ ୪.୬ମିମି, ଗୋପଳପୁରରେ ୧.୬ମିମି, ଟିଟିଲାଗଡରେ ୨୧.୪ମିମି, ସମ୍ବଲପୁରରେ ୦.୭ମିମି, ହୀରାକୁଦରେ ୦.୫ମିମି, ଭବାନୀପାଟଣାରେ ୦.୨ମିମି, ବଲାଙ୍ଗୀରରେ ୧୫ମିମି, ଟିଟିଲାଗଡରେ ୨୧.୪ମିମି, ସୋନପୁରରେ ୧.୨ମିମି, ଦାରଙ୍ଗବାଡିରେ ୪ମିମି, ନୟାଗଡରେ ୧୬ମିମି, ବୌଦ୍ଧରେ ୧ମିମି, ନୂଆପଡାରେ ୧.୪ମିମି, ଖୋର୍ଦ୍ଧାରେ ୧୩ମିମି ବର୍ଷା ହୋଇଛି । ସେହିପରି ଆଜି ସକାଳ ସାଢ଼େ୮ଟାରୁ ସନ୍ଧ୍ୟା ୫ଟା୩୦ ମଧ୍ୟରେ ବାଲେଶ୍ୱରରେ ୦.୨ମିମି, ଚାନ୍ଦବାଲିରେ ୦.୨ମିମି, କଟକରେ ୧୧.୨ମିମି, ପାରାଦ୍ୱୀପରେ ୫.୧ମିମି, ଭୁବନେଶ୍ୱରରେ ୧୯.୨ମିମି, ଗୋପଳପୁରରେ ୧୨.୨ମିମି, ପୁରୀରେ ୭.୯ମିମି, ଅନୁଗୁଳରେ ୨ମିମି, ଝାରସୁଗୁଡାରେ ୪ମିମି, ସମ୍ବଲପୁରରେ ୧.୧ମିମି, ଭବାନୀପାଟଣାରେ ୧୨.୨ମିମି, ଟିଟିଲାଗଡରେ ୨.୬ମିମି, ଛତ୍ରପୁରରେ ୯.୬ମିମି, ଢ଼େଙ୍କାନାଳରେ ୨.୮ମିମି, ଦେବଗଡରେ ୩.୨ମିମି, ନୂଆପଡାରେ ୨.୩ମିମି, ଖୋର୍ଦ୍ଧାରେ ୧୫ମିମି, ଜଗତସିଂପୁରରେ ୧୦ମିମି, କେନ୍ଦ୍ରାପଡାରେ ୧୦.୪ମିମି ବର୍ଷା ରେକର୍ଡ କରାଯାଇଛି ।

ତେବେ ପଶ୍ଚିମା ଝଡର ଯୋଗୁ ରାୟଗଡାରେ ପ୍ରବଳ ବର୍ଷା ହୋଇଛି । ଝଡତୋଫାନ ସାଙ୍ଗକୁ କୁଆପଥର ମାଡରେ ଘରଦ୍ୱାର ଛପର ସାଙ୍ଗକୁ ଅନେକ ଘର ଉପରୁ ଆଜବେଷ୍ଟ ଉଡିଯାଇଛି । କଲ୍ୟାଣସିଂହପୁରର ପାରାମାଲି ଗାଁ ଓ କାଶୀପୁରର ଚନ୍ଦପୁରରେ ଏପରି ସମସ୍ୟା ସୃଷ୍ଟି ହୋଇଛି । ସେହିପରି ବଲାଙ୍ଗୀରରେ ମଧ୍ୟ ବର୍ଷା ଲାଗି ଅନେକ ଚାଷ ଉଜୁଡିଯାଇଛି । ଅଦିନିଆ ବର୍ଷାରେ ଏକରଏକର ଚାଷ ଜମି ନଷ୍ଟ ହୋଇଯାଇଛି ।

ସେହିପରି ସାଲେପୁରରେ କୁଆପଥର ବର୍ଷା ଏବଂ ଝଡ଼ତୋଫାନ୍‌ରେ ଭେଡା ଅଂଚଳର ବରାହିପୁର ଗାଁରେ ୮ ବଖରା ଉପରୁ ଆଜବେଷ୍ଟ ଛପର ଉଡି ଯାଇଛି । ନୟାଗଡ଼ ଦଶପଲ୍ଲାରେ ପଶ୍ଚିମାଝଡ ଏବଂ କୁଆପଥା ମାଡ ସମସ୍ୟା ସାଧାରଣ ଜିବନକୁ ପ୍ରଭାବିତ କରିଛି । ସେଠାରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ ତୋଫାନରେ ବଡ଼ ବଡ଼ ଗଛ ଉପୁଡିଯାଇଛି । ଯାଜପୁର ଜିଲ୍ଲାରେ କୁଆପଥର ମାଡରେ ଅନେକ ଗାଡି ଭାଙ୍ଗିରୁଜି ଯାଇଥିବା ବେଳେ ପନିପରିବା ଚାଷ ନଷ୍ଟ ହୋଇଯାଇଛି । ବରୀ, ବିଂଝାରପୁର ଓ ଦଶରଥପୁର ଅଞ୍ଚଳରେ ବ୍ୟାପକ ପରିବା ଫସଲ ନଷ୍ଟ ହୋଇଯାଇଛି । କେନ୍ଦ୍ରାପଡା, ଜଗତସିଂପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଚାଷ ଜମି ନଷ୍ଟ ହୋଇଥିବା ବେଳେ ଅନେକ ସ୍ଥାନରେ ବଡବଡ ଗଛ ରାସ୍ତାରେ ପଡି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking