29.1 C
Bhubaneswar
Wednesday, July 3, 2024
Homeଓଡିଶାଆଜିଠାରୁ ବଦଳିବ ପାଗ!

ଆଜିଠାରୁ ବଦଳିବ ପାଗ!

ଭୁବନେଶ୍ୱର:ଆଜିଠାରୁ ରାଜ୍ୟର ଅନେକ ସ୍ଥାନରେ ପାଗରେ ପରିବର୍ତ୍ତନ ଘଟିବ । ତାପମାତ୍ରା ୨ଂରୁ ୪ଂ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସାରା ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ଼ ପ୍ରଭାବ । ଏହାର ପ୍ରଭାବରେ ଆସନ୍ତାକାଲି ସକାଳ ୮ଟା୩୦ ମଧ୍ୟରେ ଭଦ୍ରଖ, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ କଟକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତା ୨୫ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ଗ୍ରିଷ୍ମ ପ୍ରବାହ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଗତ ୨୪ଘଣ୍ଟା ମଧ୍ୟରେ ଅର୍ଥାତ ସେମାବାର ଭୋର ସମୟରେ ଦ୍ୱୈତ ନଗରୀରେ ବିଜୁଳି, ଘଡ଼ଘଡ଼ି ସହ ସହ ପ୍ରବଳ ବର୍ଷା ହୋଇଛି । ଏହାଛଡ଼ା କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ସମେତ କେତେକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁରୂପ ବର୍ଷା ହୋଇଥିବାର ଖବର ମିଳିଛି । ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଜପତି, ଭଦ୍ରକ ଓ କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିଥିଲା । ଗତ ୨୪ଘଣ୍ଟାରେ ରାଜ୍ୟବ୍ୟାପି ବର୍ଷା ହୋଇଥିବା ବେଳେ ବୌଦ୍ଧରେ ସର୍ବାଧିକ ୪୦.୪ମିମି ବର୍ଷା ରେକର୍ଡ କରାଯାଇଛି ।

ସେହିପରି ପାରାଦ୍ୱୀପରେ ୧୬ମିମି, ପୁରୀରେ ୧୮.୫ମିମି, ଅନୁଗୁଳରେ ୧୧.୪ମିମି, କେନ୍ଦୁଝରରେ ୧୦ମିମି, ସମ୍ବଲପୁରରେ ୧୨.୮ମିମି, ହୀରାକୁଦରେ ୧୩.୪ମିମି, ତାଳଚେରରେ ୧୫ମିମି, ଟିଟିଲାଗଡରେ ୧୧ମିମି, ଢ଼େଙ୍କାନାଳରେ ୧୦.୫ମିମି, ନୂଆପଡାରେ ୧୫.୬ମିମି, ଜଗତସିଂପୁରରେ ୧୧.୩ମିମି, କେନ୍ଦ୍ରାପଡାରେ ୮.୪ମିମି, ରାଉରକେଲାରେ ୮.୧ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି । ସେହିପରି ସୋମବାର ସକାଳ୮ଟା ୩୦ରୁ ସନ୍ଦ୍ୟା ସାଢ଼େ ୫ଟା ମଧ୍ୟରେ ଚାନ୍ଦବାଲିରେ ୪.୮ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୩.୮ମିମି, ପୁରୀରେ ୧୯.୨ମିମି, ବଲାଙ୍ଗୀରରେ ୧୫ମିମି, ଟିଟିଲାଗଡରେ ୧୫.୪ମିମି, ସୋନପୁରରେ ୧.୨ମିମି, ଦାରଙ୍ଗବାଡିରେ ୪ମିମି, ଖୋର୍ଦ୍ଧାରେ ୧୩ମିମି ବର୍ଷା ରେକର୍ଡ କରାଯାଇଛି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking