ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ । ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପାଇଁ ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳକୁ ଜାରି ହୋଇଛି ସତର୍କ ସୂଚନା । ସେହିପରି ଆସନ୍ତା ୨୪ ଓ ୨୫ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଦୁଇଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାକୁ ଫେରିବ ତାତି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଛି ।
ବଲାଙ୍ଗିର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଗ୍ରୀଷ୍ଣ ପ୍ରବାହ ପାଇଁ ସତର୍କତା ଜାରି ହୋଇଛି । ସେପଟେ ଅଧିକ ସକ୍ରିୟ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଆରବ ସାଗର, ଦକ୍ଷିଣ ମାଳଦୀପ ଓ ଦକ୍ଷିଣ ପୁର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ସମ୍ପୂର୍ଣ୍ଣ ସକ୍ରିୟ ହୋଇଛି । ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଶନିବାର ବାଲେଶ୍ୱର ତାପମାତ୍ରା ୪୦.୪୦ ରହିଥିବା ବେଳେ ଅନୁଗୁଳ ୪୨.୧ଂ, ଝାରସୁଗୁଡା ୪୪ଂ, ସମ୍ବଲପୁର ୪୨.୬ଂ, ସୁନ୍ଦରଗଡ ୪୪ଂ, ହୀରାକୁଦ ୪୨ଂ, ତାଳଚେର ୪୨.୫ଂ, ଭବାନୀପାଟଣା ୪୦ଂ, ବଲାଙ୍ଗୀର ୪୩.୨ଂ, ଟିଟିଲାଗଡ ୪୨.୫ଂ, ମାଲକାନଗିରି ୪୧ଂ, ସୋନପୁର ୪୪.୨ଂ, ବୌଦ୍ଧ ୪୨.୫ଂ, ପାରଳାଖେମୁଣ୍ଡି ୪୧.୫ଂ, ଯାଜପୁର ୪୦ଂ, ବରଗଡ ୪୩.୫ଂ, ଦେବଗଡ ୪୨.୮ଂ ରହିଥିଲା । ସେହିପରି ଭୁବନେଶ୍ୱରର ତାପମାତ୍ରା ୩୭.୬ଂ ରହିଥିବା ବେଳେ କଟକରେ ୩୭.୮ଂ ରେକର୍ଡ କରାଯାଇଛି ।