19.1 C
Bhubaneswar
Monday, November 18, 2024
Homeଓଡିଶାସାମାନ୍ୟ ବର୍ଷା, କମୁଛି ପାରଦ

ସାମାନ୍ୟ ବର୍ଷା, କମୁଛି ପାରଦ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର ଜିଲ୍ଲାରେ କିଛି କିଛି ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ଯାଜପୁର ବିଞ୍ଝାରପୁରରେ ସର୍ବାଧିକ ୧୫.୦ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ଅନ୍ୟ ସ୍ଥାନ ଭିତରେ ତିର୍ତ୍ତୋଲରେ ୩.୦ ମିଲିମିଟର, ହାଟଡିହିରେ ୩.୦ ମିଲିମିଟର, ଭଦ୍ରକରେ ୨.୮ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି । ଅନ୍ୟସବୁ ଜିଲ୍ଲାରେ ପ୍ରାୟତଃ ପାଗ ଶୁଖିଲା ଥିଲା । ମାଲକାନଗିରି, କନ୍ଧମାଳ, କୋରାପୁଟ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ବର୍ତ୍ତମାନ ତାପମାତ୍ରା ହ୍ରାସପାଇଛି ।

ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବନିମ୍ନ ୧୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଆଗାମୀ ଦୁଇଦିନରେ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ । ଆସନ୍ତାକାଲି ପାଇଁ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀରକୁ ଶୀତଲହରୀ ସକାଶେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପରବର୍ତ୍ତୀ ୨୪ ଏସବୁ ଜିଲ୍ଲା ସମେତ ଘଣ୍ଟାରେ କଳାହାଣ୍ଡି, ସମ୍ବଲପୁର, ଅନୁଗୁଳ, ଦେବଗଡ଼ ଜିଲ୍ଲାରେ ଶୀତର ପ୍ରକେପ ବେଶୀ ଦେଖାଦେବ । ତେବେ ଆଗାମୀ ୫ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking