28.1 C
Bhubaneswar
Monday, November 18, 2024
Homeଓଡିଶାଏମିତି ରହିବ ବର୍ଷ ଶେଷର ପାଣିପାଗ : ସାମାନ୍ୟ ବର୍ଷା, ପ୍ରବଳ କୁହୁଡ଼ି

ଏମିତି ରହିବ ବର୍ଷ ଶେଷର ପାଣିପାଗ : ସାମାନ୍ୟ ବର୍ଷା, ପ୍ରବଳ କୁହୁଡ଼ି

ଭୁବନେଶ୍ୱର: ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବରଗଡ଼ ଜିଲ୍ଲା ବିଜେପୁରରେ ସର୍ବାଧିକ ୬୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ବର୍ଷା ସହ କୁଆପଥର ମାଡ଼ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ପଦ୍ମପୁର ଠାରେ ୫୭ ମିମି, ସମ୍ବଲପୁର ଠାରେ ୫୬.୪ ମିମି, ଅତାବିରାରେ ୫୩.୪ ମିମି, ସୋନପୁରରେ ୫୩.୨ ମିମି ଏବଂ ପାଇକମ।।ଳରେ ୫୨.୦ ମିମି ବର୍ଷା ରେକର୍ଡ ହୋଇଛି ।

ବର୍ତ୍ତମାନ ବିହାର ଉପରେ ଏକ ସାମୁଦ୍ରିକ ଝଡ଼ ସମୁଦ୍ରପତ୍ତନ ଠାରୁ ପ୍ରାୟ ୩.୧ କିଲୋମିଟର ଉପରେ ରହିଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହୁଛି । ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର କିଛି କିଛି ଅଞ୍ଚଳରେ ଆଗାମୀ ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହୁଛି । ତେବେ ଆଗକୁ ଜାନୁଆରୀ ୧ରୁ ୫ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସମତଳ ଅଞ୍ଚଳ ଭିତରେ ଗତ ୨୪ ଘଣ୍ଟାରେ ଫୁଲବାଣୀ ଠାରେ ସର୍ବନିମ୍ନ ରାତି ତାପମାତ୍ରା ୧୨ଡିଗ୍ରୀ ରେକର୍ଡ କରାଯାଇଛି ।

ଅନ୍ୟପଟେ ପାହାଡ଼ିଆ ଅଞ୍ଚଳ ଭିତରେ ଦାରିଙ୍ଗବାଡ଼ି ଠାରେ ସର୍ବନିମ୍ନ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୦.୨ରୁ ୨.୯ ଡିଗ୍ରୀ ଯାଏ ରାତି ତାପମାତ୍ରାରେ ହ୍ରାସ ଘଟିଥିବା ବେଳେ ଉପକୂଳ ଓଡ଼ିଶାରେ ୦.୬ରୁ ୧.୭ ପର୍ଯ୍ୟନ୍ତ ରାତି ତାପମାତ୍ରା ହ୍ରାସ ପାଇଛି । ଆଗକୁ ୩ରୁ ୫ ଡିଗ୍ରୀ ଯାଏ ରାତି ତାପମାତ୍ରା ହ୍ରାସ ପାଇବା ସହ ଶୀତ ସ୍ୱାଭାବିକ ହେବ ।
ଅନ୍ୟପଟେ ଆଗାମୀ ୨୪ ଘଣ୍ଟାରେ ଘନ କୁହୁଡ଼ି ସମ୍ଭାବନା ଥିବାରୁ ରାଜ୍ୟର ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଶୁକ୍ରବାରଠୁ ଶନିବାର ସକାଳ ଯାଏଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, କଳାହାଣ୍ଡି ଓ ସୁବର୍ଣ୍ଣପୁର ଆଦି ଜିଲ୍ଲାକୁ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି । ଏଥିପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ କରାଇଛନ୍ତି ଏସଆରସି । ବିଶେଷ କରି ରାଜପଥରେ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଦୁର୍ଘଟଣା ଏଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking