ଭୁବନେଶ୍ୱର: ବିଜେଡିରୁ ଶନିବାର ବହିଷ୍କୃତ ହୋଇଥିବା ପ୍ରଭାତ ବିଶ୍ୱାଳ ରବିବାର ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ଦେବାଶିଷଙ୍କ ପାଇଁ ମୁଁ ଲାଲ ପିନ୍ଧୁଛି ବୋଲି ପ୍ରଭାତ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ମୁଁ କ’ଣ ଲୋକେ ଜାଣନ୍ତି ଓ ଦେବାଶିଷ ବାବୁଙ୍କୁ ବି ଲୋକେ ଜାଣନ୍ତି । ନିଜର ବେପାର କରିବାକୁ ଦେବାଶିଷ ବିଜୁ ଜନତା ଦଳରେ ମିଶିଛନ୍ତି । ଚିଟଫଣ୍ଡ ଦୁର୍ନୀତିରେ ଦେବାଶିଷଙ୍କ ହାତ ରହିଛି । ଗୁଣ୍ଡା ହୋଇ ସେ ଚାନ୍ଦା ଆଦାୟରେ ଲାଗିପଡ଼ିଛନ୍ତି । ବେଳେବେଳେ ସେ କ’ଣ କୁହନ୍ତି ସେ ନିଜେ ଜାଣିପାରନ୍ତି ନାହିଁ । ମୋ ବିରୋଧରେ ଚିଟଫଣ୍ଡ ଅଭିଯୋଗ କଲେ । ହେଲେ ସିବିଆଇ କିଛି ପାଇଲା ନାହିଁ । ଦଳ ପାଇଁ ଭଲ କାମ କରି ବହିଷ୍କୃତ ହେଲି । ନବୀନ ବାବୁ ଜଣେ ଭଲ ମଣିଷ ।










