18.1 C
Bhubaneswar
Saturday, November 23, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧ‘ତ୍ରିରଙ୍ଗା ଯୋଗୁଁ ସହଜରେ ଫେରିପାରିଲୁ’: ଭାରତୀୟ ଛାତ୍ରଙ୍କ ପ୍ରତିକ୍ରିୟା

‘ତ୍ରିରଙ୍ଗା ଯୋଗୁଁ ସହଜରେ ଫେରିପାରିଲୁ’: ଭାରତୀୟ ଛାତ୍ରଙ୍କ ପ୍ରତିକ୍ରିୟା

ବୁଖାରେଷ୍ଟ: ବୁଧବାର ସୁଦ୍ଧା ଯୁଦ୍ଧବିଧ୍ୱସ୍ତ ୟୁକ୍ରେନ୍‌ରୁ ପ୍ରାୟ ପାଞ୍ଚହଜାର ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି । ୟୁକ୍ରେନ୍ ଆକାଶପଥ ବନ୍ଦ ଥିବାରୁ ଭାରତୀୟଙ୍କୁ ୟୁକ୍ରେନ୍‌ର ବିଭିନ୍ନ ସହରରରୁ ସଡକପଥରେ ପଶ୍ଚିମ ସୀମାନ୍ତବର୍ତ୍ତୀ ରାଷ୍ଟ୍ର ଯଥା ପୋଲାଣ୍ଡ, ରୋମାନିଆ, ହଙ୍ଗେରୀ, ସ୍ଲୋଭାକ୍ ଏବଂ ମୋଲଡୋଭା ସୀମାକୁ ଆସିବାପରେ ଭାରତରୁ ଯାଇଥିବା ସ୍ୱତନ୍ତ୍ର ବିମାନରେ ସ୍ୱଦେଶ ଅଣାଯାଉଛି । ତେବେ ରାଜଧାନୀ କିଏଭ୍ ଏବଂ ଅନ୍ୟ ସହରରୁ ୟୁକ୍ରେନ୍‌ର ପଶ୍ଚିମ ସୀମାକୁ ଯିବା ଆଦୌ ସହଜ ନଥିଲା ବୋଲି ସେଠାରୁ ଫେରିଥିବା ଛାତ୍ରମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ତେବେ ହାତରେ ଭାରତର ଜାତୀୟ ପତାକା (ତ୍ରିରଙ୍ଗା) ଥିବାରୁ ସେମାନେ ସହଜରେ ସୀମାକୁ ଯାଇପାରିଥିବା କହିଛନ୍ତି । ଏପରିକି ଯେଉଁ ବସ୍‌ରେ ସେମାନେ ଯାତ୍ରା କରୁଥିଲେ, ଉକ୍ତ ବସ୍‌ର ସମ୍ମୁଖଭାଗରେ ମଧ୍ୟ ତ୍ରିରଙ୍ଗା ଟଙ୍ଗାଇଥିଲେ । ବାଟରେ ୟୁକ୍ରେନ୍ ସେନା କିମ୍ବା ପୁଲିସ ତ୍ରିରଙ୍ଗା ଦେଖିବାପରେ ଏକାଧିକ ତନଖି ଫାଟକରେ ଯାଞ୍ଚ୍ ପାଇଁ ବସ୍‌କୁ ଆଦୌ ଅଟକାଇନଥିଲେ । ୟୁକ୍ରେନ୍ ମାର୍କେଟରେ ତ୍ରିରଙ୍ଗା ଅଭାବ ଦେଖାଯିବାପରେ କେତେକ ଛାତ୍ର କପଡା ଓ ରଙ୍ଗ କିଣି ତ୍ରିରଙ୍ଗା ପ୍ରସ୍ତୁତ କରିଥିବା ଜଣାପଡିଛି । ବସ୍‌ରେ ଆସୁଥିବାବେଳେ ଭାରତୀୟ ଛାତ୍ରମାନେ ଜୋରରେ ଜାତୀୟ ସଙ୍ଗୀତ ମଧ୍ୟ ଗାନ କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଭାରତୀୟଙ୍କ ବ୍ୟତୀତ ୟୁକ୍ରେନ୍‌ରୁ ଆସିଥିବା କେତେକ ପାକିସ୍ତାନୀ ଓ ତୁୁର୍କୀ ଛାତ୍ରମାନେ ମଧ୍ୟ ତ୍ରିରଙ୍ଗାର ସହାୟତା ନେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking