19.1 C
Bhubaneswar
Wednesday, February 11, 2026
Homeଓଡିଶାପାଣି ପାଇଁ ତାତିଲେ ଚାଷୀ

ପାଣି ପାଇଁ ତାତିଲେ ଚାଷୀ

କଳାହାଣ୍ଡି: ତଳମୁଣ୍ଡରେ ଚାଷୀଙ୍କୁ ମିଳିବନି ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପ ପାଣି। ବାମ କେନାଲରୁ ରବି ସିଜିନ୍ ପାଇଁ ପାଣି ଯୋଗାଣ ବନ୍ଦ ରହିବ। ଏହି ନିଷ୍ପତ୍ତି ପରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ କୋକସରା ବ୍ଲକ ଅଞ୍ଚଳ ଚାଷୀଙ୍କ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। କେଉଁଠି ଚାଷୀ ରାସ୍ତାରୋକ କଲେଣି ତ ଆଉ କେଉଁଠି ଧାରଣା ସହ ଦାବିପତ୍ର ଦେଇଛନ୍ତି। ଚେତେଇ ଦେଇଛନ୍ତି ପାଣି ନଦେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ। ସେପଟେ ଜଳଭଣ୍ଡାର ଯନ୍ତ୍ରୀ କହିଛନ୍ତି, ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ। ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ରବି ସିଜିନରେ ଧର୍ମଗଡ଼ ଓ କୋକସରା ଅଞ୍ଚଳକୁ ପାଣି ଦିଆଯିବନି ନିଷ୍ପତ୍ତି ପରେ ବିଭିନ୍ନ ସ୍ଥାନରେ ଏମିତି ପ୍ରତିକ୍ରିୟା ପ୍ରକାଶ ପାଇଛି। ବାମ କେନାଲର ତଳମୁଣ୍ଡରେ ଚାଷୀଙ୍କ ଭିତରେ କୁହୁଳିବାରେ ଲାଗିଛି ଅସନ୍ତୋଷ। ନିକଟରେ ମେଗା ଉଠାଜଳସେଚନ ପ୍ରକଳ୍ପର ୨୬ ହଜାର ହେକ୍ଟର ସମେତ ବାମ କେନାଲର ଧର୍ମଗଡ଼ ଅଞ୍ଚଳ ଚାଷୀଙ୍କୁ ରବି ଫସଲ ପାଇଁ ପାଣି ନଦେବାକୁ ନୋଟିସ୍ ହୋଇଥିଲା। ତାପରଠୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି କଳାହାଣ୍ଡି ଜିଲ୍ଲାର ଅନ୍ନଦାତା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking