ପୁରୀ : ଏଣିକି ଆଉ ଶୋଷରେ ରହିବେନି ଶ୍ରଦ୍ଧାଳୁ । ପାନୀୟ ଜଳର ସୁବିଧା ପାଇବେ ଭକ୍ତ । ଦୂର ହେବ ଶ୍ରୀମନ୍ଦିରର ପାଣି ସମସ୍ୟା । ଦୂରରୁ ଆସୁଥିବା ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପୁରୀରେ ଖୁବଶୀଘ୍ର ହେବ ପାନୀୟ ଜଳର ସୁବିଧା । ଶ୍ରୀମନ୍ଦିର ପ୍ରଶାସନର ଆଶ୍ୱସ୍ତି ପରେ ଭକ୍ତ ଆଶ୍ୱସ୍ତ ଅଛନ୍ତି । ୩ ପଯ୍ୟାୟରେ ଲାଗିବ ପମ୍ପସେଟ ଓ ଅନ୍ୟାନ୍ୟ ସରଞ୍ଜାମ । ୧୦ ହଜାର ମିଟର ବିଶିଷ୍ଟ ଆରୋ ପ୍ଲାଣ୍ଟ ଲାଗାଇବା ପାଇଁ ଯୋଜନା ଚାଲିଛି ।