ଭୁବନେଶ୍ୱର: ମହିମା ଗାଦିରେ ମେଗା ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି, ମହିମା ସମାଜର ଦୀର୍ଘଦିନର ଦାବି ପୂରଣ ହୋଇଛି । ୧୦ କୋଟି ୩୪ ଲକ୍ଷ ବ୍ୟୟରେ ପ୍ରକଳ୍ପ ହେବ । ଦିନକୁ ୧୦ ଲକ୍ଷ ଲିଟର ପାଣି ଷ୍ଟୋରେଜ ହେବ । ସାନ ମଠ, ବଡ ମଠ ସମେତ ୧୦ଟି ମଠକୁ ଜଳ ଯୋଗାଣ ହେବ । ସର୍ବସାଧାରଣ ସ୍ଥାନକୁ ମଧ୍ୟ ପାଇପ ପାଣି ଯୋଗାଯିବ । ୧୩ ଗାଁର ୧୨ ହଜାର ଲୋକ ହେବେ ଉପକୃତ ।