32.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶଚାରିଆଡେ ପାଣି ଆଉ ପାଣି

ଚାରିଆଡେ ପାଣି ଆଉ ପାଣି

ମୁମ୍ବାଇ : ଚାରିଆଡେ ପାଣି ଆଉ ପାଣି । ପ୍ରବଳ ବର୍ଷାରେ ବେହାଲ ମୁମ୍ୱାଇ । ଲଗାଣ ବର୍ଷା ଜାରି ରହିଥିବା ବେଳେ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ଜଳବନ୍ଦି ଜୀବନ ବିତାଉଛନ୍ତି ଲୋକେ । ବିଶେଷ କରି ଗଡଚିରୋଲି, ପୁଣେ, ଥାନେ, ବିଡ୍ ଅଂଚଳ ପ୍ରଭାବିତ ହୋଇଛି । ରାସ୍ତା ଉପରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । କିଛି ତଳିଆ ଅଂଚଳ ରାସ୍ତା ପାଣିରେ ବୁଡି ଯିବା ପରେ ଗାଡି ମୋଟର ଫସି ରହିଛି । ପୁଣେ, ନୋଲାବାଲା ଅଂଚଳରେ ରେକର୍ଡ ପରିମାଣରେ ବର୍ଷା ହୋଇଛି । ବନ୍ୟା ସ୍ଥିତି ପାଇଁ ପାଲଘର ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇଛି । ଏହାଛଡ଼ା ଆଗାମୀ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ଲଗାଣ ବର୍ଷା ଯୋଗୁଁ ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟା ଉପୁଜିଛି । ଶହ ଶହ ଗାଡି ମୋଟର ରାସ୍ତା ଉପରେ ଅଟକି ରହିଥିଲା । ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଅତି କମରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର ପାଇଁ ପାଇଁ ଅଗ୍ନିଶମ ବାହିନୀ,ଏନଡିଆରଏଫ୍ ରେସକ୍ୟୁ ଅପରେସନ୍ ଚଳାଇଛନ୍ତି। ଆଗାମୀ ଦିନରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ଏନେଇ ଅନେକ ଏଜେନ୍ସି ପକ୍ଷରୁ ସତର୍କତା ଜାରି କରାଯାଇଛି। ମହାରା‌ଷ୍ଟ୍ର ପୁଲିସ୍‌ ବର୍ଷା ହେତୁ ଲୋକଙ୍କୁ ବାହାରକୁ ନବାହାରିବାକୁ କହିଛି। ଗୁରୁବାର ଏକ ବୁଲେଟିନ୍‌ରେ ପାଣିପାଗ ବିଭାଗ କହିଛି ଯେ ଜୁଲାଇ ୨୬ ଏବଂ ୨୭ରେ କେନ୍ଦ୍ରୀୟ ମହାରାଷ୍ଟ୍ର, କୋଙ୍କଣ ଅଞ୍ଚଳ ତଥା ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରି ପାଣିପାଗ ସଂସ୍ଥା ମୁମ୍ବାଇ ଏବଂ ପୁଣେରେ ମ ‘ରେଡ୍ ଆଲର୍ଟ’ ଜାରି କରିଛି। ତେବେ ଶୁକ୍ରବାର ଦିନ ସମସ୍ତ ସ୍କୁଲ ଏବଂ କଲେଜ ଖୋଲା ରହିବ ବୋଲି ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) କହିଛି।“ବର୍ତ୍ତମାନ ମୁମ୍ବାଇରେ ପାଗ ଏବଂ ବର୍ଷା ସ୍ୱାଭାବିକ ରହିଛି, ଯାହା ଫଳରେ ମହାନଗରରେ ପରିସ୍ଥିତି ସ୍ବାଭାବିକ ରହିଛି। ଫଳସ୍ୱରୂପ, ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଞ୍ଚଳର ସମସ୍ତ ବିଦ୍ୟାଳୟ ଓ କଲେଜ ଆସନ୍ତାକାଲି, ଶୁକ୍ରବାର ଦିନ ଖୋଲା ରହିବ’’ ବୋଲି ଜୁଲାଇ ୨୬ ତାରିଖରେ ନାଗରିକ ସଂସ୍ଥା ପକ୍ଷରୁ ଏକ୍ସରେ ପୋଷ୍ଟ୍ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking