35 C
Bhubaneswar
Sunday, June 28, 2026
Homeଓଡିଶାବର୍ଷା ପାଇଁ ସତର୍କତା; ପୌରାଞ୍ଚଳଗୁଡ଼ିକୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ

ବର୍ଷା ପାଇଁ ସତର୍କତା; ପୌରାଞ୍ଚଳଗୁଡ଼ିକୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ପଶ୍ଚିମ-କେନ୍ଦ୍ର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୁଳରେ ଗତିଶୀଳ ହୋଇ ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତ ରୂପ ନେଇପାରେ। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୁଳ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଜିଲ୍ଲା ସହ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ପ୍ରସ୍ତୁତି ସହିତ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ଲଗାଣ ବର୍ଷା ଫଳରେ ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିରହିବାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ମହାନଗର ନିଗମର କମିଶନରଙ୍କ ସମେତ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଖାଲୁଆ ତଥା ତଳିଆ ସ୍ଥାନଗୁଡିକ ପାଇଁ ପମ୍ପସେଟ୍ ପ୍ରସ୍ତୁତ ରଖିବାକୁ ନିର୍ବାହୀ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଜଳବନ୍ଦୀ ଓ ରାସ୍ତାଘାଟ ବିଚ୍ଛିନ୍ନ ହେବା ଆଦି ସମ୍ପର୍କରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି। ପୌର ପରିଷଦଗୁଡ଼ିକ ତୁରନ୍ତ ସେମାନଙ୍କର କଣ୍ଟ୍ରୋଲ୍ ରୁମ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦିଆଯାଇଛି।
ଶ୍ରୀମତୀ ପାଢୀ ଆଭାସୀରେ ବିଭାଗର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ଥିବା ବିଭାଗରେ ନୋଡାଲ ଅଧିକାରୀମାନଙ୍କ ସମେତ ପୌରଅଧିକାରୀମାନଙ୍କ ସହ ତାଜା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସେମାନେ ପରିସ୍ଥିତି ମୁକାବିଲା ପାଇଁ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। ନୋଡାଲ ଅଧିକାରୀମାନେ କ୍ରମାଗତ ଭାବେ ସଂପୃକ୍ତ ଜିଲ୍ଲାର ପୌରାଞ୍ଚଳ ଗୁଡିକର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ସହ ମନିଟର କରିବାକୁ ପ୍ରମୁଖ ସଚିବ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉକି ପ୍ରମୁଖ ସଚିବ ଶ୍ରୀମତୀ ପାଢ଼ୀ ଗତକାଲି ଠାରୁ ସମସ୍ତ ପୌରାଞ୍ଚଳଗୁଡ଼ିକୁ ପ୍ରସ୍ତୁତି ପୂର୍ବକ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଆଭାସୀରେ ସ୍ୱତନ୍ତ୍ର ସଚିବ ରାଜେଶ ପ୍ରଭାକର ପାଟିଲ, ପୌର ନିର୍ଦ୍ଦେଶକ ଦେବାଶିଷ ସିଂହ, ରାଜ୍ୟ ଗୃହ ନିର୍ମାଣ ନିର୍ଦ୍ଦେଶକ ଗଙ୍ଗାଧର ନାୟକ, ଅତିରିକ୍ତ ଶାସନ ସଚିବ ରବିନ୍ଦ୍ର କୁମାର ସାହୁଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking