11.1 C
Bhubaneswar
Friday, January 16, 2026
Homeଖେଳୱାର୍ଣ୍ଣର୍‌ଙ୍କ ଉପରୁ ଲିଡରଶିପ୍ ବ୍ୟାନ୍ ହଟିଲା

ୱାର୍ଣ୍ଣର୍‌ଙ୍କ ଉପରୁ ଲିଡରଶିପ୍ ବ୍ୟାନ୍ ହଟିଲା

ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲୀୟ ଓପ୍ନର୍ ଡେଭିଡ୍ ୱାର୍ଣ୍ଣର୍‌ଙ୍କ ଉପରେ ଲାଗିଥିବା ଆଜୀବନ ଲିଡର୍‌ଶିପ୍ ବ୍ୟାନ୍ ହଟାଇ ଦିଆଯାଇଛି। ୨୦୧୮ରେ କ୍ରିକେଟ୍ ଅଷ୍ଟ୍ରେଲିଆ ୱାର୍ଣ୍ଣର୍‌ଙ୍କୁ କୌଣସି ଟିମ୍‌ର ନେତୃତ୍ୱ କରିବା ଉପରେ ଆଜୀବନ ବ୍ୟାନ୍ ଲଗାଇଥିଲା। ଏବେ କ୍ରିକେଟ୍ ଅଷ୍ଟ୍ରେଲିଆର କଣ୍ଡକ୍ଟ କମିଶନ୍ ନିଷ୍ପତ୍ତିର ସମୀକ୍ଷା କରି ୱାର୍ଣ୍ଣର୍‌ଙ୍କ ଉପରୁ ବ୍ୟାନ୍ ହଟାଇବାକୁ ନିର୍ଣ୍ଣୟ ନେଇଛି। ବ୍ୟାଟ୍ ହଟିବା ପରେ ୱାର୍ଣ୍ଣର୍ ଏବେ ଆଗାମୀ ବିବିଏଲ୍ ସିଜନ୍‌ରେ ସିଡ୍‌ନୀ ଥଣ୍ଡର୍ସର ନେତୃତ୍ୱ ନେବେ ବୋଲି କୁହାଯାଉଛି। ୨୦୧୮ରେ ସାଉଥ୍ ଆଫ୍ରିକା ବିପକ୍ଷ ଟେଷ୍ଟ୍ ମ୍ୟାଚ୍‌ରେ ବଲ୍ ଟାମ୍ପରିଂ କରିବାକୁ ନେଇ ୱାର୍ଣ୍ଣର୍‌ଙ୍କ ଉପରେ ଏହି ବ୍ୟାନ୍ ଲଗାଯାଇଥିଲା। ବଲ୍ ଟାମ୍ପରିଂ ମାମଲାରେ ୱାର୍ଣ୍ଣର୍‌ଙ୍କ ବ୍ୟତୀତ ଷ୍ଟିଭ୍ ସ୍ମିଥ୍ ଓ କାମେରନ୍ ବେନ୍‌କ୍ରଫ୍ଟ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ସ୍ମିଥ୍ ଓ ବେନ୍‌କ୍ରଫ୍ଟଙ୍କୁ ଏକ ବର୍ଷ ପାଇଁ ବ୍ୟାନ୍ କରାଯାଇଥିଲା।
ଏହି ନିଷ୍ପତ୍ତି ନେଇ କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରୀ କରାଯାଇଛି। ଏଥିରେ କୁହାଯାଇଛି, ଅକ୍ଟୋବର ୨୫ରେ କଣ୍ଡକ୍ଟ କମିଶନ୍‌ର ୩ ସଦସ୍ୟ ପ୍ୟାନେଲ୍ ୱାର୍ଣ୍ଣର୍‌ଙ୍କ ଉପରେ ଲାଗିଥିବା ଲାଇଫ୍‌ଟାଇମ୍ ବ୍ୟାନ୍ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆ କୋଡ୍ ଅଫ୍ କଣ୍ଡକ୍ଟରେ ୨୦୨୨ ମସିହାରେ କରାଯାଇଥିବା ପରିବର୍ତ୍ତନ ଅନୁସାରେ ବ୍ୟାନ୍ ହଟାଇବା ପାଇଁ ୱାର୍ଣ୍ଣର୍ ଯୋଗ୍ୟ ବୋଲି ପ୍ୟାନେଲ୍ ଜାଣିବାକୁ ପାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking