ଭୁବନେଶ୍ୱର: ୱାକଫ ଝଡକୁ ନେଇ ବର୍ଷିଲେ ବିଜୁ ଯୁବ ଜନତା ଦଳ ନେତା ନୀଳ ମାଧବ ମହାନ୍ତି । ବିଲକୁ ସମର୍ଥନ ପଛରେ ଡିଲ କରିଛନ୍ତି ମାନସ ମଙ୍ଗରାଜ । ମାନସ ଓ ସସ୍ମିତଙ୍କୁ ଜୋରଦାର ବିରୋଧ କରିବ ବିଜୁ ଯୁବ ଓ ଛାତ୍ର ସଂଗଠନ । ଭୋଟିଂ ପରଦିନ ଆମେ ସସ୍ମିତ ପାତ୍ରଙ୍କୁ ଫୋନ କରି ପଚାରିଥିଲୁ । ବିବେକ ଅନୁଯାୟୀ ଭୋଟ ପାଇଁ ମାନସ ମଙ୍ଗରାଜ କହିଥିବା କହିଲେ । ମାନସ ମଙ୍ଗରାଜ ବିଜେପିର ଦଲାଲ ସାଜିଛନ୍ତି ବୋଲି କହିଛନ୍ତି ନୀଳ ମାଧବ । ନୀଳ ମାଧବଙ୍କ ଅଭିଯୋଗ ନେଇ ମାନସଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।