ଭୁବନେଶ୍ୱର: ଏଣିକି ରେଳ ଷ୍ଟେସନରେ ବିନା ମାସ୍କରେ ବୁଲୁଥିବା ଲୋକଙ୍କୁ ଦଣ୍ଡିତ କରାଯିବ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ରୋଡ଼ ରେଲୱେ ଡିଆର୍ଏମ୍ ରିଙ୍କେଶ ରାୟ । ଓମିକ୍ରନ ରୋକିବା ଲାଗି ଷ୍ଟେସନରେ ବ୍ୟାପକ ପଦକ୍ଷେପ ନିଆଯାଉଛି । କୋରୋନା ନେଇ ଆଗକୁ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ସେହି ଅନୁସାରେ ଆମେ କାମ କରିବୁ । ଦେଶରେ ଏବେ ଓମିକ୍ରନ ଡରାଇବାରେ ଲାଗିଲାଣି । ରାଜ୍ୟରେ ମଧ୍ୟ ପାଖାପାଖି ୨ରୁ ୪ ଜଣ ସଂକ୍ରମିତ ଚିହ୍ନଟ ହେଲେଣି ବୋଲି ଶ୍ରୀ ରାୟ କହିଛନ୍ତି ।
ଅନେକ ବିଦେଶ ଫେରନ୍ତା ବ୍ୟକ୍ତିମାନେ ବିମାନବନ୍ଦରରୁ ଓହ୍ଲାଇ ସିଧାସଳଖ ଭାବରେ ରେଳ ବିଭାଗ ଉପରେ ନିର୍ଭର କରନ୍ତି । ଯାହା ଟ୍ରେନ ଦ୍ୱାରା ଅନେକ ବ୍ୟକ୍ତି ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି । ଏନେଇ ଷ୍ଟେସନ ମାନଙ୍କରେ ଅନେକ ପଦକ୍ଷେପ ନିଆଯାଉଛି । ଆଗକୁ ଯଦି ସରକାର ରେଳବିଭାଗ ପାଇଁ ଗାଇଡ଼ ଲାଇନ ଆଣିବେ ତେବେ ସେହି ଅନୁସାରେ କଟକଣା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି ।