32.1 C
Bhubaneswar
Saturday, June 22, 2024
Homeଓଡିଶାଘୋଷଣାକୁ ଅପେକ୍ଷା କରନ୍ତୁ : ସୁରେଶ ପୂଜାରୀ

ଘୋଷଣାକୁ ଅପେକ୍ଷା କରନ୍ତୁ : ସୁରେଶ ପୂଜାରୀ

ଭୁବନେଶ୍ୱର : ଦିଲ୍ଲୀରୁ ଫେରିବା ପରେ ବିଧାୟକ ସୁରେଶ ପୂଜାରୀ କହିଛନ୍ତି, ଦଳୀୟ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ। ଏନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ। ପର୍ୟ୍ୟବେକ୍ଷକ ଭାବେ ରାଜନାଥ ସିଂହ ଓ ଭୁପେନ୍ଦ୍ର ଯାଦବ ଓଡିଶା ଆସିବେ। ବିଧାୟକଙ୍କ ସହ ସେମାନେ ଆଲୋଚନା କରିବେ। ବିଧାୟକ ଦଳ ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ଏଥିପାଇଁ ଘୋଷାଣାକୁ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ସୁରେଶ ପୂଜାରୀ। ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ। ସେଠାରେ ନବନିର୍ବାଚିତ ବିଜେପି ବିଧାୟକଙ୍କ ସହ ଆଲୋଚନା କରିବେ ବିଜେପିର ଦୁଇ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ। କିଏ ହେବେ ବିଧାୟକ ଦଳ ନେତା ତଥା ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ସେନେଇ ନାଁ ଚୂଡ଼ାନ୍ତ ହେବ। ଆସନ୍ତା ୧୨ ତାରିଖରେ ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେହିପରି ସୁରେଶ ପୂଜାରୀଙ୍କୁ ନେଇ ଚର୍ଚ୍ଚା ବଢିଛି। ଅନ୍ୟପଟେ ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଆଲୋଚନା ହେଉଛି। ସମ୍ଭାବ୍ୟ ଉପମୁଖ୍ୟମନ୍ତ୍ରୀ ରେସରେ ଆଗରେ ଅଛନ୍ତି କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ। ତାଙ୍କ ସହ ବିଧାୟକ ଜୟ ନାରାୟଣ ମିଶ୍ର, କେଭି ସିଂଦେଓଙ୍କ ନାଁ ବି ଚର୍ଚ୍ଚାରେ ଅଛି। ଅନ୍ୟପକ୍ଷରେ ଶପଥ ଗ୍ରହଣ ଉତ୍ସବ ଲାଗି ଭୁବନେଶ୍ୱର ଜନତା ମୈଦାନରେ ପ୍ରସ୍ତୁତି ଜୋରଦାର ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking