30.1 C
Bhubaneswar
Saturday, July 6, 2024
Homeଓଡିଶାଭୋଟର ତାଲିକା ସଂଶୋଧନ ସମୀକ୍ଷା ବୈଠକ

ଭୋଟର ତାଲିକା ସଂଶୋଧନ ସମୀକ୍ଷା ବୈଠକ

ଗୁଣପୁର : ଗତକାଲି ୧୩୮-ଗୁଣପୁର ଓ ୧୩୯-ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ସଂଶୋଧନ ସମୀକ୍ଷା ବୈଠକ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଉପ ଜିଲ୍ଲାପାଳଙ୍କ ସଦ ଭାବନା ସଭା ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି । ୦୯,୧୧,୨୦୨୨ ତାରିଖ ଠାରୁ ଆରମ୍ଭ ହୋଇଥବା ଭୋଟର ତାଲିକା ସଂଶୋଧନ, ଯୋଗ, ବାଦ ସହ ଭୋଟର କାର୍ଡ ସହ ଆଧାର ଲିଙ୍କ କେଉଁ ବ୍ଲକରେ କେତେ ପରିମାଣରେ ହୋଇଛି, ତାହାର ସମୀକ୍ଷା କରାଯାଇଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ମହାବିଦ୍ୟାଳୟ, ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀଙ୍କୁ ମୋବାଇଲ ଆପ ମାଧ୍ୟମରେ ଭୋଟର ତାଲିକାରେ ନାମ ଯୋଗ, ବାଦ, ସଂଶୋଧନ ଓ ଆଧାର ଲିଙ୍କ କରିବା ପ୍ରଶିକ୍ଷଣ ଦେବାପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କୁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଗୁଣୁପୁର ଓ ବିଷମ କଟକ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଭୋଟର ମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦେବା ସହ ଭୋଟର ପରିଚୟ ପତ୍ର ଆଧାର ଲିଙ୍କ ତୁରନ୍ତ କରିବା ପାଇଁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ କରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା ଭିଡିଓ ମାଧ୍ୟମରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନିର୍ବାହୀ ଅଧିକାରୀ ମାନଙ୍କ ସଚେତନ କରାଯାଇଥିଲା । ୨୬ ଓ ୨୭ ନଭେମ୍ବର ୨୦୨୨ରେ ହେବାକୁ ଥିବା ସ୍ୱତନ୍ତ୍ର ବୁଥ ପରିଦର୍ଶନ କାର୍ଯ୍ୟ ଶତ ପ୍ରତିଶତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି ସମୀକ୍ଷା ବୈଠକରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୁଣପୁର ପୌର ନିର୍ବାହୀ ଅଧିକାରୀ, ଗୁଡାରି ପୌର ନିର୍ବାହୀ ଅଧିକାରୀ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ଉପ ବିଭାଗର ସୁଶାନ୍ତ କୁମାର ଦାସ, ପ୍ରସନ୍ନ କୁମାର ପଣ୍ଡା ପ୍ରଶିକ୍ଷଣ ଦେବା ସହ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking