19.1 C
Bhubaneswar
Sunday, December 14, 2025
Homeଓଡିଶାକିଟ୍ ଓ କିସ୍‌ରେ ଭଲିବଲ୍ ମହାକୁମ୍ଭ

କିଟ୍ ଓ କିସ୍‌ରେ ଭଲିବଲ୍ ମହାକୁମ୍ଭ

ଭୁବନେଶ୍ଵର: କିଟ୍ ଓ କିସ୍‌ରେ ଆରମ୍ଭ ହୋଇଛି ଭଲିବଲ ମହାକୁମ୍ଭ । ଏକ ବଜ୍ୟ ପରିବେଶ ମଧ୍ୟରେ ୪୦ ହଜାର ଛାତ୍ରଛାତ୍ରୀ ଦର୍ଶକଙ୍କ ଉପସ୍ଥିତିରେ ଶନିବାର ଏହା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। କିଟ-କିସ ଓ ଏଫଆଇଭିବି ସହଯୋଗରେ ୧୧ ତାରିଖରୁ ଚାଲୁଥିବା ଏହି କାର୍ଯ୍ୟକ୍ରମ ୧୪ ତାରିଖରେ ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଅନ୍ତର୍ଜାତୀୟ ଭଲିବଲ ସଂଘ (ଏଫଆଇଭିବି) ସଭାପତି ଫାବିଓ ଆଜେଭେଦା ଯୋଗ ଦେଇଥିଲେ । କିଟ୍ ଓ କିସ୍‌ର କନ୍ୟା କିରଣ ପଦକ୍ଷେପର ଏକ ଅଂଶ ଭାବରେ ମହିଳା ସଶକ୍ତିକରଣ ଏବଂ ତୃଣମୂଳ ସ୍ତରରେ ଭଲିବଲ୍‌ ବିକାଶକୁ ପ୍ରୋତ୍ସାହିତ କରିବା ଏହି ଭଲିବଲ ମହାକୁମ୍ଭର ଲକ୍ଷ୍ୟ। ଏ ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଫାବିଓ କହିଲେ, ଏହି ଭଲିବଲ ମହାକୁମ୍ଭର ଉଦ୍ଦେଶ୍ୟ ହେଉଛି ମହିଳା ସଶକ୍ତିକରଣ ଏବଂ ତୃଣମୂଳସ୍ତରରେ ଭଲିବଲ୍‌ର ବିକାଶକୁ ପ୍ରୋତ୍ସାହିତ କରିବା। କିଟ୍ ଓ କିସ୍‌ରେ ବ୍ୟାପକ ସୁବିଧା ଓ ଓଡ଼ିଶାର ମନୋରମ ପରିବେଶ ପାଇଁ ଆସନ୍ତା ୨୦୨୬, ୨୦୨୭ ଓ ୨୦୨୮ ବର୍ଷରେ କିଟ୍ ଓ କିସ୍ ସହଯୋଗାରେ ଓଡ଼ିଶାରେ ଏଫ୍‌ଆଇଭିବି ବିଚ୍ ଭଲିବଲ୍ ଆୟୋଜିତ ହେବ ବୋଲି ଫାବିଓ ଘୋଷଣା କରିଥିଲେ।

ଭଲିବଲ୍ ମହାକୁମ୍ଭର ବିଭିନ୍ନ ଦିନରେ କିଟ୍ ଓ କିସ୍‌ର କନ୍ୟା କିରଣ ପଦକ୍ଷେପର ଏକ ଅଂଶ ଭାବରେ ଓଡ଼ିଶା ସମେତ ବିଶ୍ବର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା ଭଲିବଲ ପ୍ରଶିକ୍ଷକଙ୍କ ପାଇଁ ଏକ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା । ଏଥିରେ ମହିଳା ଭଲିବଲ କୋଚଙ୍କୁ କାର୍ମଶାଳା ଜରିଆରେ ପ୍ରଶିକ୍ଷଣ ସହ ସଶକ୍ତିକରଣ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାରୁ ୫୦୦ ଅଂଶଗ୍ରହଣକାରୀଙ୍କ ବ୍ୟତୀତ ଭାରତ ସମେତ ବିଶ୍ୱର ୨୦୦ରୁ ଅଧିକ ଭଲିବଲ ପ୍ରଶିକ୍ଷକ, ଖେଳାଳି ଏବଂ ବିଶେଷଜ୍ଞ ଏଥ‌ିରେ ଯୋଗ ଦେଇଥିଲେ। ସେମାନେ ଏଠାରୁ ତାଲିମ ପାଇ ନିଜ ଅଞ୍ଚଳରେ ଭଲିବଲ ଖେଳାଳିଙ୍କୁ ତାଲିମ ପ୍ରଦାନ କରିବେ। ଫଳରେ ଏହା ଦ୍ଵାରା ୫୦ ହଜାରରୁ ଉର୍ଦ୍ଧ୍ଵ ଭଲିବଲ ଖେଳାଳି ଉପକୃତ ହେବେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଭଲିବଲ ପ୍ରଶିକ୍ଷକ ଜନ୍ କେସେଲ୍ ଏବଂ ଜାନା କୁଲାନ୍ ପ୍ରମୁଖ ୪ଟି ଇନ୍‌ଡୋର ଓ ୪୦ରୁ ଉର୍ଦ୍ଧ୍ୱ ଆଉଟଡୋର କୋର୍ଟରେ ଗତିଶୀଳ ଅନ-କୋର୍ଟ ତାଲିମ, ଉନ୍ନତ କୌଶଳ ଅଧିବେଶନ, ପ୍ରଶିକ୍ଷକ-ବିକାଶ ପ୍ରୟୋଗଶାଳା ଓ ଗଣ ଅଂଶଗ୍ରହଣ କାର୍ଯ୍ୟକ୍ରମଗୁଡ଼ିକରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଯୋଗଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଏଫଆଇଭିବି ସହିତ ଆମର ସହଭାଗିତା ଯୋଗୁଁ ଓଡ଼ିଶାକୁ ଏଭଳି କାର୍ମଶାଳା ଜରିଆରେ ବିଶ୍ବସ୍ତରୀୟ ଦକ୍ଷତା ଅଣାଯାଇପାରିଛି । ଏଥିରେ ହଜାର ହଜାର ବାଳିକା ଓ ମହିଳାଙ୍କୁ ଭଲିବଲ୍‌ର ପରିବର୍ତ୍ତନକାରୀ ଶକ୍ତି ଅନୁଭବ କରିବାର ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ। ଏହି ଅବସରରେ ବିଭିନ୍ନ ସ୍ଵତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷା, ସାମାଜିକ ପରିବର୍ତ୍ତନ ଓ ଯୁବ କଲ୍ୟାଣରେ ଭଲିବଲର ଭୂମିକା, ଭଲିବଲ ଜରିଆରେ ତୃଣମୂଳସ୍ତରରେ ପରିବର୍ତ୍ତନ ଏବଂ ଭଲିବଲ ମାଧ୍ୟମରେ ମହିଳା ସଶକ୍ତିକରଣ, ସମାନତା ଏବଂ ବିଶ୍ଵ ସଶକ୍ତିକରଣକୁ ଗୁରୁତ୍ଵ ଉପରେ ଆଲୋଚନା କରାଯାଇଥିଲା। ଫାବିଓ ଆଜେଭେଡୋ, ଅଚ୍ୟୁତ ସାମନ୍ତ, ଅଭିଜିତ ବି, ଅଭିନବ ବିନ୍ଦ୍ରା, ଜନ୍ କେସେଲ୍ ଓ ଜାନା କୁଲାନ୍ ପ୍ରମୁଖ ଏଥରେ ଯୋଗଦେଇ ଉପରୋକ୍ତ ବିଷୟ ଉପରେ ଆଲୋଚନା କରିଥିଲେ । ପରେ କିଟ୍, କିସ୍ ଓ ଏଫ୍‌ଆଇଭିବି ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହେବା ସହ ଫାବିଓଙ୍କ ଦ୍ଵାରା ଏଫ୍‌ଆଇଭିବି– କିଟ, କିସ୍ ଉତ୍କର୍ଷ କେନ୍ଦ୍ରର ଉଦ୍‌ଘାଟନ କରାଯାଇଥିଲା। ଏହା ସହ ଶ୍ରୀ ସାମନ୍ତଙ୍କ ଉପସ୍ଥିତିରେ ଫାବିଓଙ୍କ ଦ୍ଵାରା ଏକ ସୋ ଜୋନ୍ ଉଦ୍‌ଘାଟିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking