32.1 C
Bhubaneswar
Friday, October 18, 2024
Homeଓଡିଶାବରୀ ବିଜେପି ପାଇଁ ଭରସା ଯୋଗ୍ଯ ବିବେକାନନ୍ଦ 

ବରୀ ବିଜେପି ପାଇଁ ଭରସା ଯୋଗ୍ଯ ବିବେକାନନ୍ଦ 

ଯାଜପୁର : ଉଚ୍ଚ ଶିକ୍ଷିତ ଓ ଦୃଢ଼ ସଂଗଠକ , ଆଗାମୀ ଦିନରେ ବରୀ ବିଜେପି ପାଇଁ ଯୋଗ୍ୟ ହେବେ ବରୀ ନିର୍ବାଚନ ମଣ୍ଡଳୀ ର ଯୁବ ବିଜେପି ନେତା ବିବେକାନନ୍ଦ।ବୃତ୍ତିରେ ଜଣେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ , ବର୍ତ୍ତମାନ ରାଜ୍ୟ ବିଜେପି ଓବିସୀ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଭାବେ କାର୍ଯ୍ୟ କରି ସମଗ୍ର ରାଜ୍ୟ ଓ ବରୀ ନିର୍ବାଚନ ମଣ୍ଡଳୀ ରେ ବେଶ ଲୋକ ପ୍ରିୟ ହୋଇପାରିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା କୁ ଗାଁ ଗାଁ ରେ ସଚେତନ କରାଇ ବରୀ ବିଜେପି କୁ ଦୃଢ଼ କରିବାରେ ସେ ଲାଗିପଡିଛନ୍ତି । ଏପରିକି ଲୋକଙ୍କ ଅସୁବିଧା ବେଳେ ପହଞ୍ଚି ବିଭିନ୍ନ ଉପାୟ ରେ ସାହାଯ୍ୟ କରନ୍ତି । ବିବେକାନନ୍ଦ ଙ୍କ ବ୍ୟାନର ,ହୋର୍ଡିଂ ବିଭିନ୍ନ ଛକ , ବଜାରରେ ଲୋକେ ଦେଖି ସେ ବରୀ ପାଇଁ ଉପଯୁକ୍ତ ବୋଲି ଟୁପୁରୁ ଟାପୁରୁ ହେଉଥିବା ଶୁଣିବାକୁ ମିଳୁଛି । ଏପରିକି ବରୀ ନିର୍ବାଚନ ମଣ୍ଡଳୀର ମୁଖ୍ୟ ରାସ୍ତା ପାର୍ଶ୍ବ ପଂଚାୟତ ରେ ବିବେକ ଙ୍କ ଅଧିକ ସମର୍ଥକ ରହିଥିବା ଆକଳନ କରାଯାଉଅଛି । ସୂଚନା ଅନୁଯାୟୀ ବିବେକ ଙ୍କ ଏକ ଯୁବ ଗୋଷ୍ଠୀ ଟିମ୍ ବରୀ ନିର୍ବାଚନ ମଣ୍ଡଳୀ ରେ ସଦାସର୍ବଦା ଘୁରି ବୁଲି ପ୍ରଚାର କରିବା ସହ ଯୁବ ଭୋଟର ଙ୍କୁ ସକ୍ରିୟ କରୁଛନ୍ତି । ନିଜର ପ୍ରତିକ୍ରିୟାରେ ବିବେକ କହିଛନ୍ତି ଯେ ରାଜନୀତି ରୁ ରୋଜଗାର କରିବା ପାଇଁ ସେ ଆସିନାହାଁନ୍ତି , କେବଳ ବାରିବାସୀଙ୍କ ସେବା ଓ ଲୋକଙ୍କ ପାଇଁ କାର୍ଯ୍ୟ କରିବା ପ୍ରମୁଖ ଲକ୍ଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking