28.1 C
Bhubaneswar
Sunday, September 29, 2024
Homeଖେଳସାଉଥ୍ ଆଫ୍ରିକା ଗସ୍ତ; ଦିନିକିଆ ସିରିଜ୍‌ରୁ ଓହରିଲେ ଚହର୍

ସାଉଥ୍ ଆଫ୍ରିକା ଗସ୍ତ; ଦିନିକିଆ ସିରିଜ୍‌ରୁ ଓହରିଲେ ଚହର୍

ମୁମ୍ବାଇ: ସାଉଥ୍ ଆଫ୍ରିକା ବିପକ୍ଷ ଆଗାମୀ ଦିନିକିଆ ଓ ଟେଷ୍ଟ୍ ସିରିଜ୍‌ରୁ ଟିମ୍ ଇଣ୍ଡିଆର ଦୁଇଜଣ ଫାଷ୍ଟ୍ ବୋଲର୍ ଦୀପକ ଚହର ଓ ମହମ୍ମଦ ଶମୀ ବାଦ୍ ପଡ଼ିଛନ୍ତି । ଦିନିକିଆ ଟିମ୍‌ରେ ସାମିଲ ଦୀପକ ଚହର୍ ଫ୍ୟାମିଲି ମେଡିକାଲ୍ ଏମର୍ଜେନ୍ସି କାରଣରୁ ଓହରିଯାଇଛନ୍ତି । ତେବେ ବିସିସିଆଇ ଏମର୍ଜେନ୍ସି କ’ଣ, ସେ ସମ୍ପର୍କରେ ସୂଚନା ଦେଇନଥିବା ବେଳେ ଚହର୍‌ଙ୍କ ସ୍ଥାନରେ ଆକାଶ ଦୀପ୍‌ଙ୍କ ଟିମ୍‌ରେ ସାମିଲ କରାଯାଇଛି । ସେହିପରି ମହମ୍ମଦ ଶମୀ ମଧ୍ୟ ଟେଷ୍ଟ୍ ଟିମ୍‌ରେ ଦେଖିବାକୁ ମିଳିବେ ନାହିଁ । ବିସିସିଆଇ ପକ୍ଷରୁ ଶନିବାର ଜାରୀ ବୟାନରେ କୁହାଯାଇଛି ଯେ ଶମୀ ଫିଟ୍‌ନେସ୍ କ୍ଲିୟର୍ କରିନାହାନ୍ତି । ତେଣୁ ସେ ଟିମ୍‌ର ଅଂଶବିଶେଷ ହେବେନାହିଁ । ସାଉଥ୍ ଆଫ୍ରିକା ଗସ୍ତ ଅବସରରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ସ୍କ୍ୱାଡ୍‌ରେ ସାମିଲ ଶମୀ ଦିନିକିଆ ବିଶ୍ୱକପ୍ ବେଳେ ଆହତ ହୋଇଥିଲେ । ଟେଷ୍ଟ୍ ସିରିଜ୍ ଆରମ୍ଭ ପୂର୍ବରୁ ସେ ଫିଟ୍‌ନେସ୍ ଟେଷ୍ଟ୍ କ୍ଲିୟର୍ କରିପାରି ନାହାନ୍ତି । ଶମୀ ୭ ମ୍ୟାଚ୍‌ରେ ୨୪ ୱିକେଟ୍ ଅକ୍ତିଆର କରି ଦିନିକିଆ ବିଶ୍ୱକପ୍‌ର ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଥିଲେ । ଏହା ବ୍ୟତୀତ ଦିନିକିଆ ସିରିଜ୍‌ରେ ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫ୍‌ରେ ଅସ୍ଥାୟୀ ଭାବେ ପରିବର୍ତ୍ତନ କରାଯାଇଛି । ରାହୁଲ ଦ୍ରାବିଡ୍‌ଙ୍କ ନେତୃତ୍ୱାଧୀନ ଚୋକିଂ ଷ୍ଟାଫ୍ ବଦଳରେ ଭାରତ-ଏ’ କୋଚି ସିତାଂଶୁ କୋଟକ ଏବଂ ତାଙ୍କ ସପୋର୍ଟ ଷ୍ଟାଫ୍‌କୁ ଏହାର ଦାୟିତ୍ୱ ପ୍ରଦାନ କରାଯାଇଛି । ଦ୍ରାବିଡ୍ ଏବଂ ତାଙ୍କ ସପୋର୍ଟ ଷ୍ଟାଫ୍ ଟି-୨୦ ସିରିଜ୍ ପରେ ଗସ୍ତରେ ଟେଷ୍ଟ୍ ସିରିଜ୍‌ର ଦାୟିତ୍ୱ ନେବେ । ଟିମ୍ ଇଣ୍ଡିଆ ଏବେ ସାଉଥ୍ ଆଫ୍ରିକା ଗସ୍ତରେ ରହିଛି । ଟି-୨୦ ସିରିଜ୍ ୧-୧ରେ ଡ୍ର’ ରହିବା ପରେ ଭାରତ ଆସନ୍ତାକାଲି ଠାରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ । ଏହାପରେ ଟିମ୍ ଇଣ୍ଡିଆ ଗସ୍ତ ଶେଷରେ ଦୁଇଟି ଟେଷ୍ଟ୍ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking