27.1 C
Bhubaneswar
Sunday, September 29, 2024
Homeଓଡିଶାବିଚ୍ଛିନ୍ନାଞ୍ଚଳ ବୁଲିଲେ ଜିଲ୍ଲା ପରିଷଦ ସିଡ଼ିଓ

ବିଚ୍ଛିନ୍ନାଞ୍ଚଳ ବୁଲିଲେ ଜିଲ୍ଲା ପରିଷଦ ସିଡ଼ିଓ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳର ମଞ୍ଚାଗାଁ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଆଜି ଜିଲ୍ଲା ପରିଷଦ ସିଡ଼ିଓ ଅନ୍ୟା ଦାସ ବୁଲିଛନ୍ତି । ରାସ୍ତା ନ ଥିବାରୁ ଜଳପଥ ଓ ୫କିମିି ପାଦରେ ଚାଲି ଚାଲି ବୁଲିଥିବା ଜଣାପଡ଼ିଛି । ଏହି ସମୟରେ ଗୁରୁମାଇଗଡ଼ା ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ାଇବା ସହ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ ମଧ୍ୟ କରିଛନ୍ତି । ଗୁରୁମାଇଗୁଡ଼ା, ଜଲାଗୁଡ଼ା,ଟାଙ୍ଗିରିକୋଟ, ଟାଙ୍ଗରା ଓ ତଳଙ୍ଗ ଆଦି ଗାଁ ବୁଲିଛନ୍ତି । ଉକ୍ତ ଅଞ୍ଚଳରେ ରାସ୍ତା ଓ ପାନୀୟ ଜଳ ଭଳି ବହୁ ସମସ୍ୟା ରହୁଛି । ସୋଲାର ଲାଇଟ୍ ସହଭରସା ହୋଇଥିବାବେଳେ ପର୍ଯ୍ୟାପ୍ତ ପରିମାଣରେ ଏହାର ଆବଶ୍ୟକତା ଥିବା ନେଇ ସ୍ଥାନୀୟ ସରପଞ୍ଚ ସବା ସକ୍ଷନ୍ତା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ତେନ୍ତୁଳିଖୁଣ୍ଟି ବିଡିଓ ଦୁର୍ଯ୍ୟୋଧନ ଭୋଇଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଗ୍ରାମବାସୀମାନେ ପ୍ରଶାସନିକ ଅଧିକାରୀଙ୍କୁ ଦେଖି ସ୍ୱାଗତ କରିବା ସହ ନିଜର ଅଭିଯୋଗ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking