26.1 C
Bhubaneswar
Monday, November 25, 2024
Homeବ୍ରେକୀଙ୍ଗକୋଲାପ୍ସ ହୋଇ ପଡିଯିବା ବେଳେ ଏମିତି ଜୀବନ ବଂଞ୍ଚାଇଲେ ସିଆଇଏସଏଫ ଯବାନ

କୋଲାପ୍ସ ହୋଇ ପଡିଯିବା ବେଳେ ଏମିତି ଜୀବନ ବଂଞ୍ଚାଇଲେ ସିଆଇଏସଏଫ ଯବାନ

ନୂଆଦିଲ୍ଲୀ : ଦିଲ୍ଲୀର ମେଟ୍ରୋ ଷ୍ଟେସନରେ ଚେତାଶୂନ୍ୟ ହୋଇ ପଡ଼ିଥିବା ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବା ପରେ ଜଣେ ସିଆଇଏସ୍ଏଫ୍  ଯବାନଙ୍କୁ ହିରୋ ଭାବରେ ସମ୍ମାନିତ କରାଯାଉଛି । ସୋମବାର ଦିନ ଜାତୀୟ ରାଜଧାନୀର ଜାନକପୁରୀ ଅଞ୍ଚଳର ଡାବ୍ରି ମୋର୍ ଷ୍ଟେସନରେ ଏହି ଘଟଣା ଘଟିଛି ଯେତେବେଳେ ଷ୍ଟେସନର ସୁରକ୍ଷା ଯାଞ୍ଚ କ୍ଷେତ୍ର ପୂର୍ବରୁ ବ୍ୟକ୍ତି ଜଣକ ଚେତାଶୂନ୍ୟ ହୋଇପଡିଥିଲେ । ସୌଭାଗ୍ୟ ବଶତଃ , ଡ୍ୟୁଟିରେ ଉପସ୍ଥିତ ଥିବା କନଷ୍ଟେବଳ ବିକାଶ ତୁରନ୍ତ ଯାତ୍ରୀଙ୍କ ଉପରେ କାର୍ଡିଓପୁଲମୋନାରୀ ରିସ୍ୟୁସିଟେସନ୍ (ସିପିଆର) ଚିକିତ୍ସା ପ୍ରଣାଳୀ ପରିଚାଳନା କରିଥିଲେ । ଯାହା ପରେ ସେ ପୁଣି ଥରେ ଚେତା ଫେରି ପାଇଥିଲେ । “କନଷ୍ଟେବଳ ଦେଖିଲେ ଯେ ଯାତ୍ରୀ ଚେତାଶୂନ୍ୟ ହୋଇ ଠିକ୍ ଭାବରେ ନିଶ୍ୱାସ ନେଉନାହାଁନ୍ତି ଏବଂ ହଠାତ୍ ଖସିଯିବା କାରଣରୁ ତାଙ୍କ ମୁହଁ / ପାଟିରେ ଆଘାତ ଲାଗିଛି। ତୁରନ୍ତ ସେ ଯାତ୍ରୀଙ୍କୁ କାର୍ଡିଓପୁଲମୋନାରୀ ରିସ୍ୟୁସିଟେସନ୍ (ସିପିଆର) ଦେବା ଆରମ୍ଭ କରିଥିଲେ ବୋଲି ସିଆଇଏସ୍ଏଫ୍ ଏକ ବିବୃତ୍ତିରେ କହିଛି । ସିଆଇଏସ୍ଏଫ୍ ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡଲ୍ ମଧ୍ୟ ଘଟଣାର ଏକ କ୍ଲିପ୍ ସେୟାର କରିଛି ଯାହା ବର୍ତ୍ତମାନ ଭାଇରାଲ୍ ହୋଇଛି ।

ଚେତା  ଫେରି ପାଇବା ପରେ ବ୍ୟକ୍ତି ଜଣକ ନିଜକୁ ସତ୍ୟନାରାୟଣ ବୋଲି ପରିଚୟ ଦେଇ କହିଥିଲେ ଯେ ସେ ଦିଲ୍ଲୀର ଜନକପୁରୀର ବାସିନ୍ଦା। ପରେ ଦିଲ୍ଲୀ ମେଟ୍ରୋ ରେଳ ପୋଲିସ ଏବଂ ଆମ୍ବୁଲାନ୍ସକୁ ଡକାଯାଇଥିଲା । ସିଆଇଏସ୍ଏଫ୍ ଏବଂ ଷ୍ଟେସନ୍ କଣ୍ଟ୍ରୋଲରର ସିଫ୍ଟ-ଇନ୍-ଚାର୍ଜ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କ ପାଇଁ ଅଧିକ ଚିକିତ୍ସା ସହାୟତା ମାଗିଥିଲେ ମଧ୍ୟ ସେ ଡାକ୍ତରଖାନା ଯିବାକୁ ମନା କରିଦେଇଥିଲେ । ସୋସିଆଲ ମିଡିଆରେ ଅନେକ ମନ୍ତବ୍ୟ ଦେଇଛନ୍ତି ଯେ ଏହି ପ୍ରକ୍ରିୟା ଭାରତର ସମସ୍ତ ସ୍କୁଲ ଏବଂ କଲେଜରେ ଶିକ୍ଷା ଦିଆଯାଉ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking