31.1 C
Bhubaneswar
Tuesday, July 2, 2024
Homeଦେଶ ବିଦେଶସରୋଗେସି ଜରିଆରେ ୨୨ ଜଣ ପିଲାଙ୍କ ମାଆ ବନି ସାରିଲେଣି କୋଟିପତି ସ୍ବାମୀଙ୍କ ୨୬ ବର୍ଷୀୟା...

ସରୋଗେସି ଜରିଆରେ ୨୨ ଜଣ ପିଲାଙ୍କ ମାଆ ବନି ସାରିଲେଣି କୋଟିପତି ସ୍ବାମୀଙ୍କ ୨୬ ବର୍ଷୀୟା ପତ୍ନୀ

ନୂଆଦିଲ୍ଲୀ: ମାତୃତ୍ବ ହେଉଛି ଦୁନିଆର ସବୁଠାରୁ ଭଲ ଅନୁଭବ। ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଗୌରବମୟ ଅନୁଭୂତି। ହେଲେ ଏହା ବି ସତ ଯେ ଏଥିପାଇଁ ମହିଳାଙ୍କୁ କଠିନ ପରିଶ୍ରମ ଓ ଅଜସ୍ର ତ୍ୟାଗକୁ ମୁଣ୍ଡାଇବାକୁ ପଡ଼େ। ବାରମ୍ବାର ଗର୍ଭଧାରଣ ବିଭିନ୍ନ ଶାରୀରିକ ସମସ୍ୟାର କାରଣ ବି ବନିପାରେ। ପ୍ରସବ ପରେ ଦାୟିତ୍ବ ଯଥେଷ୍ଟ ଅଧିକ ବଢ଼ି ଯାଉଥିବାରୁ ଅନେକ ମହିଳା ଆଜାକାଲି ଗୋଟାଏ ପିଲାର ମାଆ ବନିବାକୁ ପସନ୍ଦ କରୁଛନ୍ତି।
ହେଲେ ଆମେ ଆଜି ଜଣେ ଏପରି ମହିଳାଙ୍କ ବିଷୟରେ କହିବୁ, ଯିଏକି ୧୦୦ ସନ୍ତାନଙ୍କ ମାଆ ବନିବାକୁ ଇଚ୍ଛା ରଖିଛନ୍ତି। ୨୬ ବର୍ଷୀୟ ରୁଷୀୟ ମହିଳା ଜଣକ ଖ୍ରୀଷ୍ଟିନା ଓର୍ଜଟୁକ ଏବେ ସୁଦ୍ଧା ୨୨ ପିଲାଙ୍କ ମାଆ ବନି ସାରିଥିବା ବେଳେ ତାଙ୍କ ଲକ୍ଷ୍ୟ ୧୦୦ ପିଲାଙ୍କ ମାଆ ବନିବା।
ଆପଣ ଭାବୁଥିବେ ନିଶ୍ଚୟ ଯେ ୨୬ ବର୍ଷୀୟା ଜଣେ ମହିଳା ୨୨ ଜଣ ପିଲାଙ୍କୁ କିପରି ଜନ୍ମଦେଲେ? ଖ୍ରୀଷ୍ଟିନାଙ୍କ ପ୍ରଥମ ଝିଅ ସ୍ବାଭ‌ାବିକ ଭାବେ ଜନ୍ମ ନେଇଥିବା ବେ‌ଳେ ଆଉ ୨୧ ଜଣ ଯାକ ସ‌ରୋଗେସି ବା ଭଡ଼ାଗର୍ଭ ସାହାଯ୍ୟରେ ଜନ୍ମ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣ ପିଲା ୨୦୨୦ ମସିହାରେ ଜନ୍ମ ନେଇଛନ୍ତି। ସବା ସାନ ଝିଅ ୨୦୨୧ ମସିହାରେ ଜନ୍ମ ନେଇଛି। ଖ୍ରୀଷ୍ଟିନା ତାଙ୍କର ପ୍ରତ୍ୟେକ ପିଲାଙ୍କୁ ଗଭୀର ଭାବରେ ଭଲପାଆନ୍ତି। ଭାରତୀୟମାନେ ଏହି ଖବର ଜାଣିବା ପରେ କେହି କେହି ତାଙ୍କୁ ମହାଭାରତର ଗାନ୍ଧାରୀ ହେବାକୁ ସେ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି।
ଖ୍ରୀଷ୍ଟିନା ନିଜର କୋଟିପତି ସ୍ବାମୀଙ୍କ ଅର୍ଥ ବ୍ୟୟ କରି ସରୋଗେସି ଜରିଆରେ ଜଣେ ପରେ ଜଣେ ସନ୍ତାନର ମାଆ ବନି ଚାଲିଛନ୍ତି। ତାଙ୍କ ସ୍ବାମୀ ୩୨ ବର୍ଷୀୟ ଗାଲିପ୍ ଓର୍ଜଟୁକ ଜଣେ ହୋଟେଲ୍ ମାଲିକ। ଏହା ପୂର୍ବରୁ ବେଆଇନ ଔଷଧ କିଣିବା ତଥା ରଖିବା ଅଭିଯୋଗରେ ତାଙ୍କୁ ୮ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଖ୍ରୀଷ୍ଟିନା ୨୦୨୦ ମସିହା ମାର୍ଚ ମାସରୁ ୨୦୨୧ ମସିହା ମଧ୍ୟରେ ସରୋଗେସି ପାଇଁ ପ୍ରାୟ ୧.୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ବଡ଼ ପରିବାରକୁ ଭଲପାଉଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking