ଇମ୍ଫାଲ୍ : ମଣିପୁରର ତେଙ୍ଗନୌପାଲ୍ ଜିଲ୍ଲାର ପାଲେଲ୍ରେ ଫାୟାରିଂର ଦୁଇଟି ଭିନ୍ନ ଭିନ୍ନ ଦୁଇଟି ଫାୟାରିଂ ଘଣ୍ଟାରେ ଗୁରୁବାର ଦୁଇଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪୫ ଜଣ ଆହତ ହୋଇଛନ୍ତି । ଏହା ମଧ୍ୟରୁ ୪ ଜଣ ଫାୟାରିଂରେ ଆହତ ହୋଇଛନ୍ତି । ପୁଲିସ୍ କହିଛି, ଗୁରୁବାର ସକାଳ ୬ଟା ସମୟରେ ଦୁଇ ଗୋଷ୍ଠୀ ପୁରୁଷଙ୍କ ମଧ୍ୟରେ ଫାୟାରିଂ ହୋଇଥିଲା । ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ହସ୍ପିଟାଲ୍ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଗୁଳି ଲାଗିଥିବା ଅନ୍ୟଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଇମ୍ଫାଲ୍ର ରିମ୍ସରେ ଭର୍ତ୍ତି କରାଯାଇଛି ।
ଫାୟାରିଂ ଘଟଣା ସମ୍ପର୍କରେ ସୂଚନା ପାଇ ଥୌବଲ୍ ଏବଂ କାକଚିନ୍ ଜିଲ୍ଲାରୁ ବହୁ ସଂଖ୍ୟକ ଲୋକ ପାଲେଲ୍ ପହଞ୍ଚିଥିଲେ । ତେବେ ଆସାମ ରାଇଫଲ୍ସ ଯବାନମାନେ ସେମାନଙ୍କୁ ଅଟକାଇଥିଲେ । ଏଠାରେ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ ଜଣେ ୪୮ ବର୍ଷୀୟ ବ୍ୟକ୍ତି ଗୁଳିମାଡ଼ରେ ପ୍ରାଣ ହରାଇଥିଲେ । ସ୍ଥିତି ଶାନ୍ତ କରିବା ପାଇଁ ଆସାମ ରାଇଫଲ୍ସ ଯବାନ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ । ଏଥିରେ ୫୦ ମହିଳା ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଆସାମ ରାଇଫଲ୍ସ ଯବାନ ମଧ୍ୟ ସାମିଲ । ଅନ୍ୟପକ୍ଷରେ ଭିଡ଼କୁ ନିୟନ୍ତ୍ରଣ କରିବା ନିମନ୍ତେ ଇମ୍ଫାଲ୍ରୁ ପାଲେଲ୍ ଯାଉଥିବା ଆର୍ଏଏଫ୍ ଟିମ୍କୁ ସ୍ଥାନୀୟ ଲୋକମାନେ ଥୌବଲ୍ରେ ଅଟକାଇଛନ୍ତି । ଏବେ ଫାୟାରିଂ ବନ୍ଦ ଥିଲେ ମଧ୍ୟ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।