ନୂଆଦିଲ୍ଲୀ : ଶଳାଙ୍କ ଆକ୍ରମଣରେ ଆଖି ବୁଜିଲେ ଭିଣୋଇ । ଏପରି ଏକ ଅମାନବୀୟ କାଣ୍ଡ ଘଟିଛି ରାଜଧାନୀ ଦିଲ୍ଲୀରେ ।ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରେ ରାକେଶ ନିଜ ପତ୍ନୀ ଜ୍ୟୋତିଙ୍କ ସହ ରହୁଥିଲେ। ରାକେଶ ସବୁବେଳେ ନିଶାସକ୍ତ ରହୁଥିବା ବେଳେ ଏହାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଏପରିକି ରାକେଶ ବହୁ ସମୟରେ ଜ୍ୟୋତିଙ୍କୁ ମାରପିଟ କରୁଥିଲେ। ଏଥିରେ ଅତିଷ୍ଠ ଜ୍ୟୋତି ନିଜ ସ୍ୱାମୀଙ୍କୁ ପାନେ ଦେବାକୁ ନିଜ ଭାଇମାନଙ୍କୁ ଦିଲ୍ଲୀ ଡାକିଦେଲେ। ଭଉଣୀ କଥା ଶୁଣି ଜ୍ୟୋତିଙ୍କ ଦୁଇ ଭାଇ ସମେତ ସେମାନଙ୍କ ଜଣେ ସାଙ୍ଗ ବି ଦିଲ୍ଲୀରେ ପହଞ୍ଚିଥିଲେ। ସମସ୍ତେ ମିଳିତ ଭାବେ ଗତ ୨୯ ତାରିଖରେ ବିଚ୍ ରାସ୍ତାରେ ରାକେଶଙ୍କୁ ପ୍ରବଳ ପିଟିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୫ ଦିନ କାଳ ଚିକିତ୍ସିତ ହେବା ପରେ ଶେଷରେ ରାକେଶ ଆଖି ବୁଜିଛନ୍ତି। ରାକେଶକୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିରେ କାହାକୁ ଗିରଫ କରାଯାଇନି।