14.1 C
Bhubaneswar
Monday, January 12, 2026
Homeଓଡିଶାଲଗାଣ ବର୍ଷା ଯୋଗୁଁ ବାଲେଶ୍ୱରରେ ବନ୍ୟା ସ୍ତିତି: ଜଳ ବନ୍ଦୀରେ ଗାଁ

ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱରରେ ବନ୍ୟା ସ୍ତିତି: ଜଳ ବନ୍ଦୀରେ ଗାଁ

ବାତ୍ୟା ‘ଦାନା’ ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଉପୁଜିଛି ବନ୍ୟା ସ୍ଥିତି। ଲଗାଣ ବର୍ଷା ହେତୁ ପାଣି ଉଛୁଳି ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାକୁ ଲାଗିଛି। ପାଣି ପ୍ରଖର ସ୍ରୋତରେ ପ୍ରବାହିତ ହେବାରୁ ବାଲେଶ୍ୱର ଜିଲ୍ଲାର ୧୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି । ବାତ୍ୟା ‘ଦାନା’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ପ୍ରବଳ ବର୍ଷା ହୋଇଥିବାରୁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ବୁଢାବଳଙ୍ଗ ଓ ସୋନ ନଦୀରେ ପ୍ରବଳ ମାତ୍ରାରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ବାଲେଶ୍ୱର ଜିଲ୍ଲାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । ବନ୍ୟା ପରିସ୍ଥିତି ଯୋଗୁ ନୀଳିଗିରି ଓ ରେମୁଣାର ବେଗୁନିଆ, କାଂଶ, କାଠପୋଲ, କଲ୍ୟାଣପୁର ଆଦି ଗାଁ ବନ୍ୟା ଘେରରେ ରହିଛି । ବେଗୁନିଆରୁ ତୋଟାପଡାକୁ ସଂଯୋଗ କରୁଥିବା ରାସ୍ତା ଧୋଇଯିବାରୁ ୧୦ରୁ ଅଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି କୁଳଢିଆ ଅଭୟାରଣ୍ୟରେ ବର୍ଷା ଯୋଗୁ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ବୁଡିଯାଇଛି । ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଡିପ୍ରେସନରେ ପରିଣତ ହୋଇ ସାରିଛି। ଏବେ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ରହିଛି ଅବପାତ। ଅବପାତ ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଅତିକ୍ରମ କରିବା ସହ ଆହୁରି ଦୁର୍ବଳ ପଡ଼ି ଆଜି ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେବ। ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜରେ ଜାରି ରହିଛି ବର୍ଷା। ଫଳରେ ସ୍ଥିତି ଅଧିକ ବିଗିଡିବା ଆଶଙ୍କା ଦେଖାଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking