18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଆତଙ୍କବାଦୀଙ୍କୁ ସାବାଡ୍ କରିବାକୁ ଗ୍ରାମବାସୀଙ୍କୁ ଅସ୍ତ୍ରଶସ୍ତ୍ର ଚାଳନା ପାଇଁ ଟ୍ରେନିଂ ଦେଉଛି ଭାରତୀୟ ସେନା

ଆତଙ୍କବାଦୀଙ୍କୁ ସାବାଡ୍ କରିବାକୁ ଗ୍ରାମବାସୀଙ୍କୁ ଅସ୍ତ୍ରଶସ୍ତ୍ର ଚାଳନା ପାଇଁ ଟ୍ରେନିଂ ଦେଉଛି ଭାରତୀୟ ସେନା

ଶ୍ରୀନଗର : ଗୋଟିଏ ପଟେ ସୀମାରେ ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ମୁହଁ ତୋଡ ଜବାବ ଦେଉଛି ଭାରତୀୟ ସେନା । ଅନ୍ୟପଟେ ସୀମା ପାର୍ ଆତଙ୍କୀ ରଚୁଛନ୍ତି ଗୋଟିଏ ପରେ ଗୋଟିଏ ଷଡଯନ୍ତ୍ର । ଶତ୍ରୁ ପକ୍ଷଙ୍କୁ ମୁକାବିଲା କରିବା ପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ଭାରତୀୟ ସେନା ଦେଉଛି ସ୍ପେସାଲ ଟ୍ରେନିଂ । ସୀମାନ୍ତରେ ରହୁଥିବା ଗ୍ରାମବାସୀଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦେଉଛି ଭାରତୀୟ ସେନା । ସ୍ବତନ୍ତ୍ର ତାଲିମ ଆଧାରରେ ସେମାନେ ଆତ୍ମରକ୍ଷା କରିପାରିବେ । ପାକିସ୍ତାନ ପଟୁ ବାରମ୍ବାର କରାଯାଉଥିବା ମୋଟାର୍ ମାଡ ଓ ଗୁଳିମାଡରୁ ରକ୍ଷା ପାଇବା ପାଇଁ ଏବଂ ପରିବାର ସଦସ୍ୟ ତଥା ଅନ୍ୟମାନଙ୍କ ରକ୍ଷା ପାଇଁ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଚଳାଇବା ପାଇଁ ତାଲିମ ଦିଆଯାଉଛି । ଏହି ଟ୍ରେନିଂର ଉଦ୍ଦେଶ୍ୟ ହେଉଛି ସୀମାନ୍ତ ଅଞ୍ଚଳର ଜନତାଙ୍କୁ ସଶକ୍ତ କରିବା । ଯାହା ଫଳରେ ଆବଶ୍ୟକ ହେଲେ ଗ୍ରାମବାସୀ ବି ଆତଙ୍କବାଦୀ ସହ ଲଢିପାରିବେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯୁବକ ମାନେ ଉତ୍ସାହର ସହ ଏଥିରେ ସାମିଲ ହୋଇ ପ୍ରଶିକ୍ଷଣ ନେଉଛନ୍ତି । ଭାରତ ଏବଂ ପାକିସ୍ତାନ ନିୟନ୍ତ୍ରର ରେଖାର ମେଣ୍ଡର୍ର କୃଷ୍ଣା ଘାଟିରେ ରାଷ୍ଟ୍ରୀୟ ରାଇଫଲ୍ସ ପକ୍ଷରୁ ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ଚଳାଇବାକୁ ପ୍ରଶିକ୍ଷଣ ଦିଆଯାଉଛି । ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କ ପର‌୍ୟ୍ୟନ୍ତ ସମସ୍ତଙ୍କୁ ଆତ୍ମରକ୍ଷା ପାଇଁ ପ୍ରଶିକ୍ଷଣ ଦେଉଛି ଭାରତୀୟ ସେନା । ପ୍ରଶିକ୍ଷଣ ନେଉଥିବା ବ୍ୟକ୍ତି ସେନା ତୃତୀୟ ଆଖି ଭାବେ କାର୍ଯ୍ୟକରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking