ଭବାନୀପାଟଣା : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନ ର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ହେଲେ ବାସ୍ତବିକ ଯାଗାରେ ପହଞ୍ଚି ପାରୁନି ବିକାଶ ର ପାଦ ଚିହ୍ନ l ତେବେ ସେ ସ୍ଥାନିୟ ପଞ୍ଚାୟତ ର ସରପଞ୍ଚ ଓ ଅଧିକାରୀ ଙ୍କ ଅବହେଳା ହେଉ ଅବା ବ୍ଲକ୍ ପ୍ରଶାସନ ଓ ରାଜ ନେତାଙ୍କର ହିନ ଦୃଷ୍ଟି ଯୋଗୁଁ ବାରମ୍ବାର ଅଭିଯୋଗ କଲେ ମଧ୍ଯ ସୁଣୁ ନାହାନ୍ତି କେହି l ଯାହା ଫଳରେ ସ୍ବାଧିନତା ର ୭୪ ବର୍ଷ କୁ ପୁରିବା ପାଇଁ ଆଉ କେଇଟା ଦିନ ବାକି ରହିଥିଲେ ମଧ୍ଯ ଆଜିବି ଅପହଞ୍ଚ ହୋଇ ପଡିଛି ଗମନା ଗମନ ବିକାଶ ର ପାଦ ଚିହ୍ନ l ଯାହା ଫଳରେ ବିପଦ ଜନକ ଭାବେ କାଦୁଅ ପଚପଚ ରାସ୍ତା ଦେଇ ଦୈନନ୍ଦିନ ଯାତାୟତ କରୁଛନ୍ତି ସ୍କୁଲ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ l ତେବେ ଏ ଦୃଶ୍ଯ ଟି ହେଉଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଯୋରାଡବରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଶୁର୍ଲା ( ସିଆଲପଡା ) ଗାଁର ଦୃଶ୍ଯ l ଏହି ଗାଁଟି ୫୯ ନମ୍ବର ଜାତୀୟ ରାଜପଥ ଗୋପାଲପୁର୍- ରାୟପୁର୍ କୁ ସଂଯୋଗ କରୁଥିବା କୁଶୁର୍ଲା ପେଟ୍ରାଲ ପମ୍ପ ଠାରୁ ମାତ୍ର ୨ କିଲୋ ମିଟର ଦୂରରେ ଅବସ୍ଥିତ ରହିଥିବା ବେଳେ ଏଠାକାର ଲୋକେ ଦିର୍ଘ ଏକ ଦଶନ୍ଧି ରୁ ଉର୍ଦ୍ଧ ହେବ ସେଠାରେ ବସବାସ କରି ଆସୁଛନ୍ତି l
ପ୍ରାୟ ୫୦ ରୁ ଉର୍ଦ୍ଧ ପରିବାର ର ଏଠାରେ ରହି ଆସୁଥିବା ବେଳେ ୪ ଶହ ରୁ ଅଧିକ ଲୋକେ ଏହି ରାସ୍ତା ଦେଇ ଦୈନନ୍ଦିନ ଯାତାୟତ କରିଥାନ୍ତି l କିନ୍ତୁ ବିଡମ୍ବନା ର ବିଷୟ ଆଜି ପର୍ଯ୍ଯନ୍ତ ଏହି ସାହି କୁ ପକ୍କା ରାସ୍ତା ଖଣ୍ଡେ ନାହିଁ l ପର୍ବରୁ ପଞ୍ଚାୟତ ପକ୍ଷରୁ ଏହି ମାଟି କାଦୁଅ ରାସ୍ତା ରେ ମାଟି ଓ ମୁରୁମ ପକାଇ ରାସ୍ତା ତିଆରୀ କରା ଯାଇଥିଲା l ହେଲେ ରାସ୍ତାର ରକ୍ଷଣା ବେକ୍ଷଣ ଅଭାବ ଓ ମରାମତୀ ନ ହେବାରୁ ତାହା ଏବେ ସୌଚନୀୟ ଅବସ୍ଥା ଦେଇ ଗତି କରୁଛି l ସ୍ଥାନେ ସ୍ଥାନେ ବଡ ବଡ ଖାଲ ହେବା ସହ ରାସ୍ତାରେ ପାଣି କାଦୁଅ ଯମି ରହୁଛି l ଯାହା ଦ୍ବାରା ସ୍କୁଲ,କଲେଜ, ଡାକ୍ତରଖାନା ଭଳି ଅନେକ ଗୁରୁତ୍ବ ସମୟରେ ଯିବା ଆସିବା କରିବା ପାଇଁ କଷ୍ଟସାଧ୍ଯ ହୋଇ ପଡୁଥିବା କହିଛନ୍ତି ଗ୍ରାମବାସୀ l
ତେବେ ଏନେଇ ସ୍ଥାନୀୟ ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ଓ ରାଜନେତା ଙ୍କୁ ବାରମ୍ବାର ଜଣାଇଲେ ମଧ୍ଯ ପ୍ରତିଶୃତି ଦେଇ ଠକି ଚାଲିଥିବା କହିଛନ୍ତି ଗ୍ରାମବାସୀ l ଅପର ପକ୍ଷେ ପ୍ରତିଶୃତି ଏବେ ପ୍ରତାରଣା ପାଲଟିବାରେ ଲାଗିଛି l କାଳେ ଯଦି କୌଣଷି ଦୂର୍ଘଟଣା ଘଟେ ତେବେ ଏଥିପାଇଁ ପ୍ରଶାସନ ହିଁ ଦାୟିୀ ରହିବ ବୋଲି ମଧ୍ଯ ଚେତାବନି ଦେଇଛନ୍ତି ଗ୍ରାମବାସୀ l ତେବେ ପ୍ରଶାସନ ପକ୍ଷରୁ ପକ୍କା ସଡକ ଖଣ୍ଡେ ଯୋଗେଇ ଦେଲେ ଆମ୍ଭେ ଖୁସିରେ ଯାତାୟତ କରି ପାରନ୍ତୁ ବୋଲି ପ୍ରଶାସନକୁ ନିବେଦନ କରିଛନ୍ତି ଗ୍ରାମବାସୀ l ଏନେଇ ଏହି ସିଆଲପଡା ରାସ୍ତା ପାଇଁ ପ୍ରଶାସନ କେତେ ତତ୍ପରତା ଦେଖାଇ ପକ୍କା ରାସ୍ତା ଖଣ୍ଡେ ଯୋଗାଇ ସେମାନଙ୍କ ଦୁଃଖ ଦୂର କରୁଛି ତାହା ଦେଖିବାକୁ ବାକି ରହିଲା l