29.1 C
Bhubaneswar
Monday, February 2, 2026
Homeଓଡିଶାଗାଁ ଜଳିଲା, ମୁଣ୍ଡ ମିଳିଲା; ପୁଣି ବଢ଼ିଲ ଇଣ୍ଟରନେଟ୍ କଟକଣା

ଗାଁ ଜଳିଲା, ମୁଣ୍ଡ ମିଳିଲା; ପୁଣି ବଢ଼ିଲ ଇଣ୍ଟରନେଟ୍ କଟକଣା

ମାଲକାନଗିରି: ମୁଣ୍ଡ ପାଇଁ ମହାଭାରତ। ୧୦ ଦିନ ହେଲାଣି ମାଲକାନଗିରି ପୁଲିସ, ପ୍ରଶାସନର ନିଦ ହଜାଇଥିଲା କଟା ମୁଣ୍ଡ। ଖାଲି ଜିଲ୍ଲା ନୁହେଁ ସାରା ରାଜ୍ୟରେ ଖେଳାଇଥିଲା ହଇଚଇ। ମାଲକାନଗିରିରୁ ନେଇ ବିଧାନସଭାରେ ପହଞ୍ଚିଥିଲା ମୁଣ୍ଡ ତାତି । ଶେଷରେ ଆଜି କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ଲାକେ ପଡିଆମିଙ୍କ ମୁଣ୍ଡ ଜବତ କରିଛି ପୁଲିସ। ମୃତଦେହ ଠାରୁ ପ୍ରାୟ ୪୦ କିମି ଦୂର ଏହି ସ୍ଥାନରୁ ମିଳିଛି କଟା ମୁଣ୍ଡ। ସକାଳେ କିଛି ଲୋକେ ନଈକୁ ଗାଧୋଇବାକୁ ଯାଇଥିବାବେଳେ କଟା ମୁଣ୍ଡ ଦେଖି ପୁଲିସକୁ ଖବର ଦେଇଥିଲେ। ହେଲେ ଏବେ ବି ପ୍ରଶ୍ନ, ଲାକେ ପଡିଆମୀଙ୍କୁ ମାରିଲା କିଏ ? ନଈକୂଳରେ କିଏ ଲୁଚାଇଥିଲା ମୁଣ୍ଡ ? କିଏ ସେ ଜଘନ୍ୟ ହତ୍ୟାକାରୀ ? ତାହା ଏ ଯାଏଁ ବି ଅସ୍ପଷ୍ଟ । ଘଟଣାର ତଦନ୍ତ କରି ଦୋଷୀକୁ ଧରିବାକୁ ଦାବି କରିଆସୁଛନ୍ତି ରାଖେଲଗୁଡାବାସୀ।

ଗତ ୪ ତାରିଖ ଦିନ ଡୁଡାମେଟା ନଦୀକୂଳରୁ ରାଖେଲଗୁଡା ଗାଁର ଲାକେ ପଡିଆମୀଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା । ହେଲେ ମିଳିନଥିଲା କଟା ମୁଣ୍ଡ। ପୁଲିସ ସହ ସାଇଣ୍ଟିଫିକ୍ ଟିମ୍‌, ସନ୍ଧାନୀ କୁକୁର ମୁଣ୍ଡ ଖୋଜାରେ ଲାଗିପଡ଼ିଥିଲେ। ଏହି ହତ୍ୟାକାଣ୍ଡକୁ ନେଇ ରାଖେଲଗୁଡା ଓ ଏମଭି-୨୬ ଗାଁରେ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପରେ ପରେ ବିବାଦ ଉଗ୍ରରୂପ ନେଇଥିଲା। ଏମଭି-୨୬ ଗାଁରେ ଭୟଙ୍କର ଲଙ୍କାକାଣ୍ଡ ଘଟାଇଥିଲେ ରାଖେଲଗୁଡା ଗ୍ରାମବାସୀ। ହାତ ହତିୟାର, ଅସ୍ତ୍ରଶସ୍ତ୍ର ଧରି ମାଡି ଆସିଥିଲେ ଶହ ଶହ ଲୋକେ। ନିଆଁ ଲଗାଇ ୫୦ରୁ ଅଧିକ ଘରଦ୍ୱାର ଓ ଦୋକାନ ଜାଳି ଦେଇଥିଲେ। ପୂରା ଗାଁକୁ ଛାରଖାର୍ କରିଦେଇଥିଲେ। ତେବେ ମୁଣ୍ଡ ମିଳିଲା ପରେ ମାଲକାନଗିରି ଶାନ୍ତ ପଡ଼ିଛି। ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି। ଆସନ୍ତାକାଲି ୧୨ଟା ଯାଏଁ ଇଣ୍ଟରନେଟ୍ କଟକଣାକୁ ବଢ଼ାଯାଇଛି। ଅପ୍ରୀତିକର ପରିସ୍ଥିିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଡିଜିପି ଆଜି ପୁଣିଥରେ ଏମ୍‌ଭି-୨୬ ଓ ରାଖେଲଗୁଡା ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking