19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶବିକ୍ରମସିଂଘେ ଶ୍ରୀଲଙ୍କାର କାର୍ଯ୍ୟକାରୀ ରାଷ୍ଟ୍ରପତି

ବିକ୍ରମସିଂଘେ ଶ୍ରୀଲଙ୍କାର କାର୍ଯ୍ୟକାରୀ ରାଷ୍ଟ୍ରପତି

ସାତ ଦିନ ପରେ ନୂଆ ରାଷ୍ଟ୍ରପତି ନିର୍ବାଚନ
କଲମ୍ବୋ : ଗମ୍ଭୀର ଆର୍ଥିକ ଏବଂ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଆଗାମୀ ସାତଦିନ ମଧ୍ୟରେ ନୂଆ ରାଷ୍ଟ୍ରପତି ମିଳିଯିବେ । ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଧନେ ଶୁକ୍ରବାର ଏହି ଘୋଷଣା କରିଛନ୍ତି । ଗୁରୁବାର ଗୋତବାୟା ରାଜପକ୍ଷେ ଆଇନଗତ ଭାବେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି । ଜୁଲାଇ ୨୨ରେ ନୂଆ ରାଷ୍ଟ୍ରପତି ନିର୍ବାଚନ ହେବ । ଇତିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମସିଂଘେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ପଦଭାର ଗହଣ କରିଛନ୍ତି । ଶୁକ୍ରବାର ଶ୍ରୀଲଙ୍କାର ମୁଖ୍ୟ ବିଚାରପତି ଜୟନ୍ତ ଜୟସୂର୍ଯ୍ୟା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।

ସେ ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ । ଶନିବାର ସଂସଦର ବୈଠକ ଅନୁଷ୍ଠିତ ହେବ ବୋଲି ଅଭୟବର୍ଦ୍ଧନେ କହିଛନ୍ତି । ପରିସ୍ଥିତି ଶାନ୍ତିପୂର୍ଣ୍ଣ ରଖିବା ସକାଶେ ସେ ଆନ୍ଦୋଳନକାରୀ ଜନତାଙ୍କୁ ନିବେଦନ କରିଛନ୍ତି, ଯାହା ଫଳରେ ସାଂସଦମାନେ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇପାରିବେ । ଅନ୍ୟପକ୍ଷରେ ଶ୍ରୀଲଙ୍କା ସୁପ୍ରିମକୋର୍ଟ ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଏବଂ ଅର୍ଥମନ୍ତ୍ରୀ ବାସିଲ୍ ରାଜପକ୍ଷେଙ୍କ ଦେଶ ଛାଡ଼ିବା ଉପରେ ରୋକ୍ ଲଗାଇଛନ୍ତି । ଏହି ଦୁହେଁ ଜୁଲାଇ ୨୮ ତାରିଖ ପର୍ଯ୍ୟନ୍ତ ଅଦାଲତଙ୍କ ବିନାନୁମତିରେ ଦେଶ ବାହାରକୁ ଯାଇପାରିବେ ନାହିଁ ।

ସେମାନଙ୍କ ସହିତ ସେଣ୍ଟ୍ରାଲ୍ ବ୍ୟାଙ୍କର ଦୁଇଜଣ ଗଭର୍ଣ୍ଣର୍ ମଧ୍ୟ ବିନାନୁମତିରେ ଦେଶ ଛାଡ଼ିପାରିବେ ନାହିଁ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଆକ୍ରୋଶିତ ଶ୍ରୀଲଙ୍କା ନାଗରିକଙ୍କୁ ନିୟନ୍ତ୍ରଣ କରିବା ଦାୟିତ୍ୱ ସେନାବାହିନୀ ଗ୍ରହଣ କରିଛି । ସେନା ରାଷ୍ଟ୍ରପତି ଭବନ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପ୍ରଶାସନିକ ବିଲ୍ଡିଂଗୁଡ଼ିକରୁ ଜନତାଙ୍କୁ ହଟାଇ ଦେଇଛି । ସଂସଦ ଭବନର ସୁରକ୍ଷା ନିମନ୍ତେ ଟ୍ୟାଙ୍କ୍ ମୁତୟନ କରାଯାଇଛି । ଅପରପକ୍ଷେ ଆନ୍ଦୋଳନକାରୀ ଜନତା ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟ ଖାଲି କରିଦେଇଛନ୍ତି । ଏହି ଦୁଇ ସ୍ଥାନକୁ ସେନା ନିଜ ନିୟନ୍ତ୍ରଣକୁ ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking