31.1 C
Bhubaneswar
Saturday, September 21, 2024
Homeଖେଳବିକ୍ରମ ରାଠୋର ରାଜସ୍ଥାନ କୋଚ୍ ନିଯୁକ୍ତ

ବିକ୍ରମ ରାଠୋର ରାଜସ୍ଥାନ କୋଚ୍ ନିଯୁକ୍ତ

ନୂଆଦିଲ୍ଲୀ :  ପୂର୍ବତନ ଟିମ୍ ଇଣ୍ଡିଆ ବ୍ୟାଟିଂ କୋଚ୍ ବିକ୍ରୟ ରାଠୋରଙ୍କୁ ଆଇପିଏଲ୍ ଫ୍ରାଞ୍ଚାଇଜି ରାଜସ୍ଥାନ ରୟାଲ୍ସ ଟିମ୍‌ର ବ୍ୟାଟିଂ କୋଚ୍ ନିଯୁକ୍ତ କରିଛି । ଆଇପିଏଲ୍ ଫ୍ରାଞ୍ଚାଇଜି ନିଜ ଅଫିସିଆଲ୍ ଷ୍ଟେଟ୍‌ମେଣ୍ଟରେ ଏହି ସୂଚନା ଦେଇଛି । ଏହି ନିଯୁକ୍ତି ପରେ ଭାରତ ପକ୍ଷରୁ ୬ ଟେଷ୍ଟ ଏବଂ ୭ ଦିନିକିଆ ମ୍ୟାଚ୍ ଖେଳିଥିôା ୫୫ ବର୍ଷୀୟ ରାଠୋର କହିଛନ୍ତି ରୟାଲ୍ସ ପରିବାରର ଅଂଶବିଶେଷ ହେବା ସୌଭାଗ୍ୟର ବିଷୟ । ପୁଣିଥରେ ରାହୁଲ ଏବଂ ଏବେ ଯୁବ କ୍ରିକେଟର୍‌ଙ୍କ ସହ କାମ କରିବାକୁ ସୁଯୋଗ ମିଳିଛି । ମୁଁ ଟିମ୍‌ର ଭିଜନ ଏବଂ ରୟାଲ୍ସ ପାଇଁ ଟପ୍ କ୍ଲାସ୍ ଖେଳାଳି ସୃଷ୍ଟିରେ ସହାୟତା କରିବି, ଯାହା ଟିମ୍‌ର ଆଇପିଏଲ୍ ବିଜେତା ହେବାରେ ସହାୟକ ହେବ । ଅନ୍ୟପକ୍ଷରେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ କହିଛନ୍ତି, ବିକ୍ରମଙ୍କ ଶାନ୍ତ ବ୍ୟବହାର ଏବଂ ଭାରତୀୟ ପରିସ୍ଥିତି ସମ୍ପର୍କରେ ବିଶେଷ ଜ୍ଞାନ ରୟାଲ୍ସ ପାଇଁ ସବୁଠୁ ବଡ଼ ଲାଭ ହେବ ।
୨୦୧୯ରେ ଭାରତର ବ୍ୟାଟିଂ କୋଚ୍ ନିଯୁକ୍ତ ହେବା ପୂର୍ବରୁ ରାଠୋର ଚାରିବର୍ଷ ପର୍ଯ୍ୟନ୍ତ ନାସ୍‌ନାଲ୍ ସିଲେକ୍ଟର ଭାବେ ମଧ୍ୟ କାମ କରିଛନ୍ତି । ଘରୋଇ କ୍ରିକେଟ୍‌ରେ ସେ ପଞ୍ଜାବ ଏବଂ ହିମାଚଳ ପ୍ରଦେଶକୁ କୋଚିଂ ଦେବା ସହ ଆଇପିଏଲ୍‌ରେ ପୂର୍ବରୁ ପଞ୍ଜାବ କିଙ୍ଗ୍‌ସ ସହିତ ମଧ୍ୟ କାମ କରିଛନ୍ତି । ନିକଟରେ ବାଂଲାଦେଶ ବିପକ୍ଷ ଏକମାତ୍ର (ନୋଏଡା) ଟେଷ୍ଟ ପାଇଁ ତାଙ୍କୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ନିଜ ଟିମ୍‌ର ବ୍ୟାଟିଂ କୋଚ୍ ନିଯୁକ୍ତ କରିଥିଲା । ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍‌ଙ୍କୁ କିଛିଦିନ ତଳେ ରାଜସ୍ଥାନ ରୟାଲ୍ସ ନିଜ କୋଚିଂ ଷ୍ଟାଫ୍ ମୁଖ୍ୟ ନିଯୁକ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking