ଭୁବନେଶ୍ୱର : ବିଜେପିରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ବିଜୟ ମହାପାତ୍ର ଓ ଶାରଦା ପ୍ରଧାନ, ଏସ୍ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାକେଶ ମଲ୍ଲିକଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ବିଜୟ । ତେବେ ବିୟକଙ୍କ ପୁଅ ଅରବିନ୍ଦ ପାଟକୁରାରୁ ବିଜେଡିରୁ ଟିକେଟ ପାଇଛନ୍ତି । ସେହିପରି ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକ ମଧ୍ୟ ବିଜେପିରୁ ବିଦା ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ଦଳରୁ ବହିଷ୍କାକର କରାଯାଇଛି । ମାହାଙ୍ଗାର ଶାରଦା ପ୍ରଧାନ ଓ ସୋରର ରାକେଶ ମଲ୍ଲିକ । ଟିକେଟ ନମିଳିବାରୁ ଉଭୟ ସ୍ୱାଧୀନ ଭାବେ ନାମାଙ୍କନ କରିଛନ୍ତି ।