24.1 C
Bhubaneswar
Sunday, October 20, 2024
Homeଓଡିଶାନୟାଗଡ଼ ଏମଭିଆଇଙ୍କ ଘରେ ଭିଜିଲାନ୍ସ ରେଡ୍‌

ନୟାଗଡ଼ ଏମଭିଆଇଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର: ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ । ଶ୍ରୀ ବେହେରାଙ୍କ ପୈତୃକଘର ସମେତ ଭୁବନେଶ୍ୱର, କଟକ, ନୟାଗଡରେ ଥିବା ୭ଟି ସ୍ଥାନରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ଉ କରିଛି । ଭିଜିଲାନ୍ସ ପଞ୍ଚାନନ ବେହେରାଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠବ କରିବାରେ ସଫଳ ହୋଇଛି । କେବଳ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୩୧ଟି ପ୍ଲଟ୍ ରହିଥିବା ବେଳେ ସେଥିରୁ ୧୦ଟି ବେନାମୀ ବୋଲି ଜଣା ପଡିଛି ।

ସୂଚନା ମୁତାବକ, ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କ ସାଲେପୁରସ୍ଥିତ ପୈତୃକଘର ସମେତ ମୋଟ ୭ଟି ସ୍ଥାନରେ ଆଜି ଭିଜିଲାନ୍ସ ଦ୍ୱାରା ଚଢ଼ଉ କରାଯାଇଥିଲା ।ଯାହା ଦ୍ୱାରା ଭିଜିଲାନ୍ସ କେବଳ ରାଜଧାନୀ ଭୁବନେଶ୍ୱରରେ ୧୦ଟି ବେନାମୀ ପ୍ଲଟ୍ ସହ ମୋଟ ୩୧ଟି ପ୍ଲଟ ରହିଥିବା ଜାଣିବାକୁ ପାଇଛି । ଯାହାର ମୂଲ୍ୟ ପ୍ରାୟ ୨.୧୦କୋଟି ଟଙ୍କା ହେବ ବୋଲି ପଞ୍ଜିକରଣ ଦସ୍ତାବିଜରେ ଉଳ୍ଲେଖ ଅଛି । କିନ୍ତୁ ଏହାର ମୁଲ୍ୟ ଅଧିକ ହେବ ବୋଲି ଭିଜିଲାନ୍ସ ଅନୁମାନ କରିଛି ।

ପଥରଗାଡ଼ିଆ ମୌଜାରେ ମୋଟ ୧୨ଟି ପ୍ଲଟ୍ ଥିବାବେଳେ ଅନ୍ୟ ପ୍ଲଟଗୁଡ଼ିକ ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ସ୍ଥାନରେ ରହିଛି । ନିଜ ସମ୍ପର୍କୀୟଙ୍କ ନାଁରେ ମଧ୍ୟ ସେ ପ୍ଲଟ୍ କିଣିଥିବାର ଦସ୍ତାବିଜ ଭିଜିଲାନ୍ସ ପାଇଛି । ସେହିପରି ତାଙ୍କର ବିଭିନ୍ନ ବ୍ୟାଙ୍କ ଓ ବୀମା ଡିପୋଜିଟ୍ ବାବଦରେ ୭୨.୮୦ଲକ୍ଷ ଟଙ୍କା ରହିଛି । ୧୫ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କା, ସୁନା ଓ ଗୃହ ଉପକରଣ ସାମଗ୍ରୀ ମଧ୍ୟ ମିଳିଛି । ସେ ବ୍ୟବହାର କରୁଥିବା ୪ଟି ବେନାମୀ ଗାଡ଼ି ମଧ୍ୟ ଭିଜିଲାନ୍ସ ହାତରେ ଲାଗିଛି ।

ଏଥିରେ ମାରୁତି ସୁଜୁକି, ଫୋର୍ଡ ଫିଗୋ, ସେଭେରାଲେଟ୍ ଡିଏସଏଲ୍ ଓ ଅଶୋକ ଲେଲାଣ୍ଡ ପିକଅପ୍ ସମେତ ଗୋଟିଏ ଦୁଇଚକିଆ ସ୍କୁଟି ମଧ୍ୟ ରହିଛି । ଶ୍ରୀ ବେହେରା ତାଙ୍କ ପୁଅକୁ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟରେ ଏମବିବିଏସ୍ ପାଠ ପଢ଼ା ପାଇଁ ୫୦ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଶ୍ରୀ ବେହେରାଙ୍କ ସାଲେପୁର ପୈତୃକ ଘର ସମେତ ନୟାଗଡ଼ ଭଡ଼ାଘର, ଶୈଳେଶ୍ରୀବିହାରର ୩୦୦୦ବର୍ଗଫୁଟ ଅଞ୍ଚଳରେ ଘର ଓ ପାଣ୍ଡରାରେ ୨୪୦୦ବର୍ଗଫୁଟ ଜମିରେ ଘର, ଖୋର୍ଦ୍ଧାର ଗୋବିନ୍ଦପୁରରେ ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱର ସତ୍ୟବିହାରରେ ଅନ୍ୟଜଣେ ସମ୍ପର୍କୀୟଙ୍କ ଘର ସହ ନୟାଗଡ଼ା ଏମଭିଆଇ ଅଫିସରେ ୬ଜଣ ଡିଏସପି, ୩ଜଣ ଇନ୍ସପେକ୍ଟେର ଓ ୮ଜଣ ଏଏସଆଇଙ୍କ ସମେତ ଅନ୍ୟ ଅଧିକାରୀମାନେ ଏକାକାଳିନ ଚଢ଼ଉ କରିଥିଲେ ।

ଅଧିକ ତଥ୍ୟ ଜାଣିବା ପାଇଁ ଶ୍ରୀ ବେହେରାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଜେରା କରୁଛନ୍ତି । ଆହୁରି ଅଧିକ ସମ୍ପତ୍ତି ମିଳିବ ବୋଲି ଭିଜିଲାନ୍ସ ସନ୍ଦେହ କରୁଛି । ଆସନ୍ତା କାଲି ମଧ୍ୟ ଚଢ଼ାଇ ଜାରି ରହିବ ବୋଲି ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking