ଭୁବନେଶ୍ୱର: ଆୟ ବହୁର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବାସବନରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍ । ଯନ୍ତ୍ରୀ ଗୋବିନ୍ଦ ସାହୁଙ୍କ ଘର ସମେତ ମୋଟ୍ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଥିବା ଜଣାପଡ଼ିଛି । ତାଙ୍କର ଭୁବନେଶ୍ୱର, କଟକ ସମେତ ନୟାଗଡ଼ରେ ଥିବା ୬ଟି ପ୍ଲଟ୍ରେ ଚଢ଼ଉ ଜାରି ରହିଛି । ତେବେ ସମ୍ପତ୍ତି ଆକଳନ ନେଇ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ବେଳେ ଏବେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଥିବା କୁହାଯାଉଛି ।