ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନର ଦଶମ ଦିନ । ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ବିଧାୟକମାନେ ରାଜ୍ୟର ବିଭିନ୍ନ ସମସ୍ୟା ଉପରେ ପ୍ରଶ୍ନ କରୁଛନ୍ତି ଏବଂ ବିଭାଗୀୟ ମନ୍ତ୍ରୀମାନେ ଉତ୍ତର ରଖୁଛନ୍ତି । ଏହି ସମୟରେ ଦେଢ ବର୍ଷରେ ୨୦ ଜଣ ପୋଲିସ ଅଧିକାରୀଙ୍କୁ ଭିଜିଲାନ୍ସ ବାନ୍ଧିଥିବା ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୭୧ ଜଣ ସରକାରୀ କର୍ମଚାରୀ ବିଭିନ୍ନ ମକଦ୍ଦମାରେ ଗିରଫ ହୋଇଛନ୍ତି । ୧୭୪ ଜଣ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି ଏବଂ ୩୩ ଜଣଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ୬୫ ଜଣ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି ।










